କେନ୍ଦୁଝର ଜିଲ୍ଲାରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ମଣ୍ତଳପାଟ ଉଚ୍ଚ ବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଦଳଗତ ନୃତ୍ୟ ସମସ୍ତ ଙ୍କୁ ଆକର୍ଷିତ କରିଥିଲା….

କେନ୍ଦୁଝର : ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ କେନ୍ଦୁଝର,କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତୀକୁଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନୂଆଗାଁ ଉପଖଣ୍ତ ୧୬ଟି ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୧୨୦ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ଏହି ଅବସର ରେ କନିଷ୍ଠ କନିଷ୍ଠ ବିଭାଗରେ ୪ର୍ଥ ଶ୍ରେଣୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କୁଇଜ୍,ଚିତ୍ରାଙ୍କନ,ସଂଙ୍ଗୀତ ହସ୍ତାକ୍ଷର ଲିଖନ ଶୃଜନଶୀଳ,ଲିଖନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ସେହିପରି ବରିଷ୍ଠ ବିଭାଗରେ ୮ମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିତର୍କ,ପ୍ରବନ୍ଧ ଲିଖନ,ସାଧାରଣ ଜ୍ଞାନ,ବକୃତା ଚିତ୍ରାଙ୍କାନ,ସଂଙ୍ଗୀତ ସହ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମଧ୍ୟାନ ଭୋଜନ ସମ୍ବଦ୍ଧିତ ଚିତ୍ର ଶିଳ୍ପକଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ଏହି ପରୁସ୍କାର ବିତରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ମୁଣ୍ତା ସଭାପତିତ୍ବ କରିଥିବାବେଳେ ନୂଆଗାଁ ସିଆର୍ ସି.ସି ନେତ୍ରାନନ୍ଦ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ସୁପ୍ରକାଶ ସାହୁ,ଦୁଃଖବନ୍ଧୁ ଦେହୁରୀ,ପ୍ରହଲ୍ଲାଦ ଖଟୁଆ ପ୍ରମୁଖ ଉପସ୍ଥିତଥିଲେ।ଆଗାମୀ ଦିନରେ ଛାତ୍ରଛାତ୍ରୀଥିବା ବ୍ଲକ ସ୍ତରୀୟ ସୁରଭି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା

ପ୍ରତିଯୋଗୀ ମାନେ ଯୋଗଦେବେ ବୋଲି ଶିକ୍ଷକ ସଂଞ୍ଜିବ କୁମାର ସାହୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଣ୍ତଳପାଟ ଉଚ୍ଚ ବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଦଳଗତ ନୃତ୍ୟ ସମସ୍ତ ଙ୍କୁ ଆକର୍ଷିତ କରିଥିଲା।ଶିକ୍ଷକ ଅଭିମନ୍ୟୁ ଦାଶ,ରଣଜିତ ମହାନ୍ତ,ସଞ୍ଜିବ ସାହୁ,ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ବେହେରା,ମୋନାଲିସା ସାହୁ,ବୈଜୟନ୍ତୀ ମହାନ୍ତ,ଶୁଭଶ୍ରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।