ସୂର୍ଯ୍ୟୋପରାଗ ପାଇଁ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର: ସୂର୍ଯ୍ୟୋପରାଗ ପାଇଁ ବନ୍ଦ ରହିବ ସରକାରୀ ଅନୁଷ୍ଠାନ । ଆସନ୍ତା ୨୫ ତାରିଖ ଅର୍ଥାତ୍‌ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବା ନେଇ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ସୂର୍ଯ୍ୟୋପରାଗ ହେବାକୁ ଥିବାରୁ ସରକାର ଛୁଟି ଘୋଷଣା କରିଛନ୍ତି । ସ୍କୁଲ, କଲେଜ ସହ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ ବୋଲି କୁହାଯାଇଛି । ତାହା ସହ ରାଜସ୍ୱ ବିଭାଗୀୟ କୋର୍ଟ ଓ ବ୍ୟାଙ୍କିଂ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି ।