ଧାମନଗର(ସାକ୍ସୀ ନ୍ୟୁଜ୍): ସରକାରୀ ଅର୍ଥରେ ଧୂଷୁରୀ ବଜାର ନିକଟ ଓଲଟପୁର ଗ୍ରାମରେ ବ୍ୟକ୍ତିଗତ ଜମିରେ ପୋଲ ନିର୍ମାଣ ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗ୍ରାମର ଯେଉଁ ସ୍ଥାନରେ ପୋଲ ନିର୍ମାଣ କରାଯାଉଛି, ତାହା ସର୍ବସାଧାରଣଙ୍କ ପାଇଁ ବିଶେଷ ଉପଯୋଗୀ ହେବା ପରିବର୍ତ୍ତେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ପ୍ରତିଷ୍ଠାନକୁ ଲାଭ ପହଞ୍ଚାଇବା ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଅଶୋକ ସ୍ବାଇଁଙ୍କ ସମେତ ଅନ୍ୟ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗର ତଦନ୍ତ ନହେଲେ, ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଡ୍ରେନେଜ୍ ବିଭାଗ ପକ୍ଷରୁ କୁହାଯାଇଛି, ଏହି ପୋଲ ସର୍ବସାଧାରଣଙ୍କ ଯାତାୟାତ ପାଇଁ ନିର୍ମାଣ ହେଉଛି ।