କୁଡୁମି ଜାତି ର ସାଂସ୍କୃତିକ ଶୋଭା ଯାତ୍ରା

କେନ୍ଦୁଝର(ସାକ୍‌ସୀ ନ୍ୟୁଜ୍‌): ପାଟଣା ମୁଖ୍ୟାଳୟ ନିକଟ ସଂରାପୋଷି ଠାରେ ଅଦ୍ଯ ତା ୧୫/୧୧/୨୦୨୬ ରିଖ ଦିନ କୁଡୁମି ଜାତିର ଆନ୍ଦୋଳନ କୁ ଜାଗ୍ରତ କରିବା ନିମନ୍ତେ ସାଂସ୍କୃତିକ ମାଦଳ ଶୋଭାଯାତ୍ରା ଆୟୋଜନ ହୋଇଯାଇଛି।ଏହା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ “ଛୋଟେଲାଲ ମହାନ୍ତ”,ଓଡ଼ିଶା କୁଡୁମି ସେନାର ଜିଲ୍ଲା ସଭାନେତ୍ରୀ ମଧୁସ୍ମିତା ମହାନ୍ତ, ରାଜ୍ୟ ଯୁବ ସଭାପତି ବିଶ୍ବଜିତ ମହାନ୍ତ, କୁଡୁମି ନେତ୍ରୀ ଧରିତ୍ରୀ ମହାନ୍ତ,ଖଗେଶ୍ବର ମହାନ୍ତ, ହୃଷିକେଶ ମହାନ୍ତ, ଭୈରବ ମହାନ୍ତ,ନବ କିଶୋର ମହାନ୍ତ,ନିରଞ୍ଜନ ମହାନ୍ତ, ମନୋଜ କୁମାର ମହାନ୍ତ,ସ୍ନେହାଶିଷ ମହାନ୍ତ,ମାନସ ମହାନ୍ତ,ହିରାଲାଲ ମହାନ୍ତ ତଥା ଆଖପାଖ ଅଞ୍ଚଳର ମାନ୍ଦଳ ବାଦକ ଉପସ୍ଥିତ ରହି କୁଆପଶି ଠାରୁ ପାଟଣା ସଂରାପୋଷି ପର୍ଯ୍ୟନ୍ତ ମାନ୍ଦଳର ତାଳେ ତାଳେ ଶୋଭାଯାତ୍ରା କରାଯାଇଥିଲା ଏବଂ ଶେଷରେ ସମସ୍ତ ମାନ୍ଦଳ ବାଦକ ମାନଙ୍କୁ ମାନପତ୍ର ପ୍ରଦାନ କରାଗଲା।

ଆଗାମୀ ଦିନରେ ଏହି ମାନ୍ଦଳ ଶୋଭାଯାତ୍ରା ପ୍ରତ୍ୟେକ ବ୍ଲକରେ କରାଯିବାର ନିଷ୍ପତି ନିଆଯାଇଛି। ଆଗାମୀ ଦିନରେ କୁଡୁମିର ହକ୍ ଅଧିକାର ପାଇଁ ମାନ୍ଦଳ ଶୋଭାଯାତ୍ରା ମାଧ୍ୟମରେ କୁଡୁମି ଜାତିକୁ ଜାଗ୍ରତ କରିବାର ନିଷ୍ପତ୍ତି ନିଆଯାଇଛି। କେନ୍ଦୁଝର ପାଟଣା ରୁ ଦୀନବନ୍ଧୁ ମିଶ୍ର ।