ଭୂକମ୍ପରେ ଥରିଲା ଅମୃତସର

ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୪.୧ ରହିଛି….

ଅମୃତସର : ଦିଲ୍ଲୀ ଏନସିଆର ପରେ ଅମୃତସରରେ ଭୂମିକମ୍ପର ଝଟକା ଲାଗିଛି । ସୋମବାର ଭୋରୁ ଥରି ଉଠିଲା ପଞ୍ଜାବର ଅମୃତସର । ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୪.୧ ରହିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଉତ୍ତର-ଦକ୍ଷିଣରେ ରହିଛି । ଭାରତୀୟ ସିସ୍‌ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ଭୋରୁ ୩.୪୨ ମିନିଟରେ ପଞ୍ଜାବର ଅମୃତସର ଓ ଏହାର ଆଖପାଖ ଅଞ୍ଚଳ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମୃତସର ଠାରୁ ୧୪୫ କିଲୋମିଟର ଦୂରରେ ରହିଛି ।