ମୁମ୍ଵାଇ : ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ସେ ଏବେ ଫିଲ୍ମ ସୁଟିଂରେ ପୂରାପୂରି ବ୍ୟସ୍ତ। ତାଙ୍କର ଏବେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଆସୁଛି। ତାଙ୍କର ଆଗାମୀ ଚଳଚ୍ଚିତ୍ର ଶେହାଜାଦାର ଟିଜର ରିଲିଜ୍ ହୋଇଛି। ଯାହା ତେଲୁଗୁ ଫିଲ୍ମର ରିମେକ୍ ଅଟେ। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କୁ ରୋମାନ୍ସ ସହ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ। ଯେହେତୁ ଆପଣ ଜାଣନ୍ତି ଯେ କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଚଳଚ୍ଚିତ୍ର ହେଉଛି ତେଲୁଗୁ ଷ୍ଟାଇଲିସ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ତେଲୁଗୁ ହିଟ୍ ଫିଲ୍ମ ଆଲାବୈକୁଣ୍ଠପୁରମ ହିନ୍ଦୀ ରିମେକ୍ ।
ଏହା ଜଣାପଡିବା ପରେ ପ୍ରଶଂସକମାନେ ଫିଲ୍ମକୁ ନେଇ ବହୁତ ଆଶା ରଖିଛନ୍ତି।ଏହି ଚଳଚ୍ଚିତ୍ରରେ କ୍ରିତି ସାନନଙ୍କୁ ଏକ ଗ୍ଲାମର ଅବତାରରେ ଦେଖିବାକୁ ମିଳିବ । ଟିଜରରେ କାର୍ତ୍ତିକ ଲୁକ୍ ଦେଖି ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି। ଦୁଇ କଳାକାରଙ୍କ ଫ୍ୟାନ୍ସ ଆଗ୍ରହ ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି।