ମହାରାଷ୍ଟ୍ରରେ ଭୂକମ୍ପର ଝଟ୍‌କା

ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା….

ନୂଆଦିଲ୍ଲୀ: ଭୂମିକମ୍ପରେ ଦୋହଲିଲା ମହାରାଷ୍ଟ୍ରର ନାସିକ ଅଞ୍ଚଳ। ଆଜି ଭୋରୁ ଏଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ନାସିକଠାରୁ ୮୯ କିଲୋମିଟର ଦୂରରେ ଆଜି ସକାଳ ପ୍ରାୟ ୪.୪ ସମୟରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି।

ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା। ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି କି କିଛି କ୍ଷୟକ୍ଷତି ଘଟିନାହିଁ। ଏହାପୂର୍ବରୁ ଗତକାଲି ଲଦାଖର କାରଗିଲ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩।