ନିଷ୍ଠୁରତାର ଚରମ ସୀମା ଟପିଲା ମାମୁଁ

ଦୁଇ ଭାଣିଜୀଙ୍କର ନଗ୍ନ ଭିଡିଓ ଭାଇରାଲ୍‌….

ପୁଣେ: ଭଉଣୀ-ପୁଅ ଓ ମାମୁଁ-ଝିଅ ପ୍ରେମ ବିବାହ କରିବାରୁ ଉତ୍‌କ୍ଷିପ୍ତ ହୋଇ ମାମୁଁ ନିଷ୍ଠୁରତାର ଚରମ ସୀମା ଟପି ଦୁଇ ଭାଣିଜୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ନଗ୍ନ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପ୍ରସାରଣ କରିଛି । ଘଟଣାର ପ୍ରାଥମିକ ତଦନ୍ତ କରି ପୁଲିସ ଅଭିଯୁକ୍ତ ମାମୁଁ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏହି ଘଟଣାଟି ସାମ୍ନାକୁ ଆସିଛି । ଉରେଲି କଂଚନ ଗ୍ରାମର ଜଣେ ଯୁବକ ତା’ର ମାମୁଁ ଝିଅ ଭଉଣୀକୁ ପ୍ରେମ ବିବାହ କରିଥିଲେ । ଉକ୍ତ ଘଟଣାରେ ଝିଅଟିର ବାପା (ପୁଅର ମାମୁଁ) ତୀବ୍ର ଅସନ୍ତୋଷ ପ୍ରକାଶ କଲେ । ଯୁବକର ମାମୁଁ ଦଳବଳ ଧରି ଭଉଣୀ ଘରେ ପହଂଚି ଦୁଇ ଭାଣିଜୀଙ୍କୁ ପଚାରିଲେ ।

ଦୁଇ ଭଉଣୀ ନିରବ ରହିବାରୁ ଉତ୍ୟକ୍ତ ମାମୁଁ ଦୁହିଁଙ୍କୁ ଉଲଗ୍ନ କରି ମାଡ଼ପିଟ କଲେ । ସେତିକିରେ ମନ ଥଣ୍ଡା ହେଲାନି ଯେ ଦୁଇ ଭାଣିଜୀଙ୍କର ନଗ୍ନ ଶରୀରକୁ ନେଇ ଭିଡିଓ ତିଆରି କରିବା ପରେ ତାକୁ ସୋସିଆଲ ମିଡିଆରେ ପ୍ରସାରଣ କରିଦେଲେ । ଘଟଣାଟି ଚାରିଆଡେ଼ ପ୍ରଘଟ ହୋଇଯିବାରୁ ପୁଲିସ ଅଭିଯୁକ୍ତ ମାମୁଁ ସମେତ ୬ ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଛି ।

ମାମୁଁ-ମାଇଁଙ୍କ ତୀବ୍ର ବିରୋଧ ସତ୍ୱେ ଭାଇ-ଭଉଣୀ ଦୁହେଁ ଘରୁ ପଳାୟନ କରି ବିବାହ କରିଥିଲେ । ଭଣଜାର ଏପରି ହରକତରେ କ୍ରୋଧାନ୍ଧ ହୋଇ ମାମୁଁ ନିଜର ଦୁଇ ଭାଣିଜୀଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିବା ସହିତ ଭିଡିଓ ବନାଇବାକୁ ପଛାଇଲାନି । ଘଟଣାଟି ଜାନୁଆରୀ ୨୬ରୁ ୨୯ ତାରିଖ ଭିତରେ ଘଟିଛି ।