ରାଜ୍ୟରେ ହେଉଛି ନିଆଁବୃଷ୍ଟି; ସାଢେ ୧୧ଟା ସୁଦ୍ଧା ସର୍ବାଧିକ ଖରା ରେକର୍ଡ

ଆଜିଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟର ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ଉତ୍ତପ୍ତ ରେଜର୍ଡ ହୋଇଛି । ଝାରସୁଗୁଡାରେ ୩୯.୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ କେନ୍ଦୁଝରରେ ୩୯.୨, ସମ୍ବଲପୁରରେ ୩୮.୪, ଚାନ୍ଦବାଲିରେ ୩୮ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ୩୭.୮ ଡିଗ୍ରୀ, ବାଲେଶ୍ୱର ୩୭, ହୀରାକୁଦରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ୧୬ ତାରିଖରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି ।