ମୁହଁରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସବୁବେଳେ ନିଜ ମୁହଁରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି । ଆଜିକାଲି ଏଥିପାଇଁ ବିଭିନ୍ନ ପ୍ରସାଧାନ ସାମଗ୍ରୀ ମଧ୍ୟ ବାହାରିଲାଣି । କିନ୍ତୁ ସେଥିରେ ବ୍ୟବହାର କରାଯାଉଥିବା ରସାୟନିକ ଦ୍ରବ୍ୟ ତ୍ୱଚା ଉପରେ କୁପ୍ରଭାବ ପକାଏ । କେବେ ବାହାରେ ମିଳୁଥିବା ବିଭିନ୍ନ ପ୍ରସାଧାନ ସାମଗ୍ରୀକୁ ବ୍ୟବହାର କରି ଆପଣମାନେ ଅସୁବିଧାରେ ପଡ଼ିଥିବେ ନିଶ୍ଚୟ।

ମୁହଁରେ ଚମକ ଆଣିବା ବଦଳରେ ତାହା ଆପଣଙ୍କ ତ୍ୱଚାକୁ ଖରାପ କରିଦେଇଥାଏ । ତ୍ୱଚାରେ ଚମକ ଆଣିବା ପାଇଁ ଏହା ସବୁଠାରୁ ସହଜ ଉପାୟ । ପ୍ରଥମେ ଡାଳିମ୍ବର ଦାନାକୁ ପେଶି ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ପେଷ୍ଟ ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଏକ ଚାମଚ ଦହି ମିଶାନ୍ତୁ। ଭଲକରି ମିଶଇବା ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହା ଶୁଖି ଆସିଲା ପରେ ମୁହଁକୁ ସଫା ପାଣିରେ ଭଲ କରି ଧୋଇ ଦିଅନ୍ତୁ । ଧୋଇବା ପରେ ଫରକ ଆପଣ ଜାଣି ପାରିବେ ।