ଆଜି ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ବର : ଆଜି ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳାଫଳ । ଆଜି ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ। କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-କାଉନସିଲ୍ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। www.chseresults.nic.inରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ।