ଗୁଜୁରାତି ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ବ୍ୟବହାର ହୁଅ। ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ସୁଗନ୍ଧିତ କରିବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ। ଏହା ମୁଖ ଦୁର୍ଗନ୍ଧ ମଧ୍ୟ ଦୂର କରେ। ଏଥିସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ।
କୋଲେଷ୍ଟରଲ ସମସ୍ୟା ଥିଲେ ଏହାକୁ ପ୍ରତିଦିନ ଚା’ ପିଇବା ସମୟରେ ବ୍ୟବହାର କରନ୍ତୁ। ଏହା ଶରୀରରୁ କୋଲେଷ୍ଟରଲ କମାଇବାରେ ସହାୟକ ହେବ। ଗୁଜୁରାତିକୁ ପାଣିରେ ଭିଜାଇ ସେହି ପାଣି ଫୁଟାଇ ପିଇଲେ ବାନ୍ତି ଭଲ ହୋଇଥାଏ। ଗର୍ଭାବସ୍ଥା ସମୟରେ ବାରମ୍ବାର ଆସୁଥିବା ବାନ୍ତିକୁ ମଧ୍ୟ ଗୁଜୁରାତି ରୋକିଥାଏ। ମୁହଁରେ ବ୍ରଣ ହେଉଥିଲେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପେଷ୍ଟ ଲଗାଇଲେ ବ୍ରଣ ଦୂର ହୋଇଥାଏ। ମେଡିସିନ ଖାଇଲା ପରେ ଯଦି ଚର୍ମରୋଗ ଭଲ ହେଉନାହିଁ ତେବେ ଗୁଜୁରାତିକୁ ଗୁଣ୍ଡ କରି ଏହାର ପାଣି ଶରୀରରେ ସ୍ପ୍ରେ କରନ୍ତୁ। ତୁରନ୍ତ ଚର୍ମରୋଗ ସମସ୍ୟା ଦୂରେଇ ଯିବ ।