୫୨ବର୍ଷ ପରେ ଭାରତ ହେଲା ODIର ଓ୍ବର୍ଲ୍ଡ ଚାମ୍ପିୟନ

୨୦୨୫ର ଆଜିର ଦିନରେ ୨ ନଭେମ୍ବରରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଇତିହାସ ରଚିଥିଲେ । ମହିଳା ଓ୍ବାନଡେ ବିଶ୍ବକପର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଟିମ୍ ଇଣ୍ଡିଆ ତାଜ୍ ହାତେଇଥିଲା । ୧୯୭୩ରେ ମହିଳା ODI କ୍ରିକେଟର ଆରମ୍ଭ ହୋଇଥିଲା । ଏହାପରେ ଟିମ୍ ଇଣ୍ଡିଆକୁ ଓ୍ବନଡେ ଓ୍ବର୍ଲ୍ଡକପର ଟ୍ରଫି ଉଠାଇବା ଲାଗି ୫୨ବର୍ଷ ଲମ୍ବା ସମୟର ଅପେକ୍ଷା କରିବାକୁ ପଡ଼ିଥିଲା । ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନାଙ୍କ ଓପନିଂ ଯୋଡ଼ି କମାଲ୍ ଫର୍ମରେ ଥିଲେ ।

ବିପକ୍ଷ ଅଧିନାୟକ ଦୀପ୍ତି ଶର୍ମାଙ୍କ ଦ୍ୱାରା ଆଉଟ୍ ହେବା ପରେ ଭାରତୀୟ ଫ୍ୟାନ୍ସମାନେ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରିଥିଲା, ସେମାନଙ୍କର ସମଗ୍ର ଟିମ୍ ୨୪୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ୫୨ ରନରେ ବିଜୟୀ ହୋଇଥିଲା ଥମ ଥର ପାଇଁ ODI ବିଶ୍ୱ ଚାମ୍ପିଅନ ହୋଇଥିଲା ।