ମୁସଲିମ ଲିଗକୁ ବାସନ୍ଦ କଲେ ମୋଦି ସରକାର

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ଭଟଙ୍କ ନେତୃତ୍ୱରେ ଗଠିତ ମୁସଲିମ ଲିଗକୁ ଆତଙ୍କୀ ବିରୋଧୀ କାନୁନ ୟୁଏପିଏ ଆଧାରରେ ବାସନ୍ଦ କରିଛନ୍ତି କେନ୍ଦ୍ର ସରକାର ।    ଉକ୍ତ ସଂଗଠନର କୌଣସି ଷଡ଼ଯନ୍ତ୍ରକୁ ସଫଳ କରିବାକୁ ଦିଆଯିବନି ବୋଲି କହିଛି ନୂଆଦିଲ୍ଲୀ । ଜମ୍ମୁ-କଶ୍ମୀର କ୍ଷମତାକୁ ଯିବାପରେ ଭାରତଠାରୁ ଅଲଗା ହୋଇ ପାକିସ୍ତାନରେ ମିଶିଯିବା ମୁସଲିମ ଲିଗର ଅସଲ ଉଦ୍ଦେଶ୍ୟ । ଜମ୍ମୁ-କଶ୍ମୀରରେ ରାଷ୍ଟ୍ର ବିରୋଧୀ ଓ ବିଚ୍ଛିନ୍ନତାବାଦୀ ସଂଗଠନର ଗତିବିଧିକୁ ଆହୁରି ମଜଭୁତ କରିବା ମସରତଙ୍କ ମୁଖ୍ୟ କାମ ।

ମିଅାଁ ମସରତ ଭାରତ ବିରୋଧୀ ଓ ପାକିସ୍ତାନ ସମର୍ଥକଙ୍କ ଭିତରୁ ଜଣେ ।  ସୈଦ ଅଲୀ ଗିଲାନୀଙ୍କ ପରଲୋକ ପରେ ମସରତ ହୁରିୟାତ କନଫରେନ୍ସ ମୁଖିଆ ହୋଇଥିଲେ । ମସରତ ଏବେ ଜେଲରେ ଅଛନ୍ତି ।