ୟୁରୋପରେ ବରଫ ବର୍ଷା: ଜନଜୀବନ କଲବଲ

ବ୍ରୁସେଲ୍ସ: ୟୁରୋପରେ ପ୍ରବଳ ମାତ୍ରାରେ ବରଫ ବର୍ଷା ଜାରି ରହିଛି । ରାସ୍ତାଘାଟ ଉପରେ ବହଳ ଆସ୍ତରଣ ବରଫ ଜମିଯିବା କାରଣରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଟ୍ରେନ ଚଳାଚଳ, ବିମାନ ସେବା ବାଧାପ୍ରାପ୍ତ ହୋଇଛି । ବେଲଜିୟମ ବିମାନ ବନ୍ଦର ରନୱେ ଉପରେ ବରଫ ଜମି ରହିଥିବାରୁ ତାହା ପରିଷ୍କାର କରା ନଯିବା ପର୍ଯ୍ୟନ୍ତ କୌଣସି ବିମାନ ଉଡାଣ କରିପାରିବନି । ବିମାନ ବନ୍ଦର କର୍ମଚାରୀମାନେ ରନୱେ ସଫା କରିବାର ଅଧଘଂଟା ଭିତରେ ବରଫ ଜମିଯାଉଛି ।

ଯାତ୍ରୀବାହୀ ବସ ଯାତାୟାତ ଏକପ୍ରକାର ବନ୍ଦ ହୋଇଯିବାରୁ ଲୋକମାନେ ସେମାନଙ୍କ କାର୍ଯ୍ୟସ୍ଥଳକୁ ଯାଇପାରୁନାହାନ୍ତି । ଦୋକାନ ବଜାରରେ ଲୋକମାନଙ୍କ ଗହଳି ଦେଖିବାକୁ ମିଳୁନି ।

ଶୀତ ପ୍ରକୋପ କାରଣରୁ ବେଲଜିୟମ କପ୍‌ ସପ୍ତାହକ ପାଇଁ ବାତିଲ କରାଯାଇଛି