ଭାରତରେ ୧୫ ମାସ ହେବ ଚୀନ୍ର କୌଣସି ରାଷ୍ଟ୍ରଦୂତ ନ ଥିବା ବେଳେ ଜଣେ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତ କରିବା ଲାଗି ଚୀନ୍ ଏବେ ପ୍ରସ୍ତୁତି ଚଳାଇଥିବା ସୂଚନା ।
ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାଇ , ପୂର୍ବ ଲଦାଖରେ ସୀମା ସମସ୍ୟା, ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ଏବଂ ଉତ୍ତେଜନା ହ୍ରାସ ପ୍ରକ୍ରିୟାରେ ବିଳମ୍ବ ହେଉଥିବା କାରଣରୁ ସମ୍ଭବତଃ ଚୀନ୍ ଭାରତରେ ତା’ର ରାଷ୍ଟ୍ରଦୂତ ନିଯୁକ୍ତି କରିନାହିଁ। ଆଗରୁ ଆଫଗାନିସ୍ତାନରେ ରାଷ୍ଟ୍ରଦୂତ ଥିବା ବରିଷ୍ଠ କୂଟନୀତିଜ୍ଞ ଜୁ ଫେଇହଙ୍ଙ୍କୁ ଚୀନ୍ ତା’ର ଭାରତୀୟ ଦୂତାବାସର ମୁଖ୍ୟ ଭାବେ ଚୟନ କରିପାରେ।
ଏହାଛଡ଼ା, ଜୁ ରୋମାନିଆରେ ମଧ୍ୟ ଚୀନ୍ର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ସମ୍ପ୍ରତି ସେ ବୈଦେଶିକ ବ୍ୟାପାର ବିଭାଗରେ ସହକାରୀ ମନ୍ତ୍ରୀ ଅଛନ୍ତି। କିନ୍ତୁ, ତାଙ୍କୁ ଭାରତରେ ଚୀନ୍ର ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିବାର ଔପଚାରିକତା ଶେଷ କରାଯାଇ ନାହିଁ। ତେଣୁ, ସେ କେବେ ରାଷ୍ଟ୍ରଦୂତ ହୋଇ ଭାରତକୁ ଆସିବେ ତାହା ସ୍ପଷ୍ଟ କହି ହେଉନାହିଁ।