ଓଡିଶାରୁ ମହିଳା ଅଟୋ ଚାଳକ ସନ୍ତୋଷୀ ଯାଇ ରାମଲାଲାଙ୍କ ଦର୍ଶନ କଲେ ।

ରାମଲାଲାଙ୍କ ଦର୍ଶନ କରି ଓଡିଶା ଫେରିବା ବେଳେ ଚମ୍ପୁଆ ରେ ମହିଳା ଅଟୋ ଚାଳକ ସନ୍ତୋଷୀ
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ରାମଲାଲାଙ୍କ ଦର୍ଶନ କରି ଓଡିଶା ଫେରିଛନ୍ତି ଅଟୋରେ ଏକା ଯାଇଥିବା ମହିଳା ଅଟୋ ଚାଳକ ସନ୍ତୋଷୀ ଦେଓ। ସେ ଚମ୍ପୁଆ ଠାରେ ପହଞ୍ଚି ରାତ୍ରିଯାପନ କରି ଆଜି ନିଜ ଜନ୍ମସ୍ଥାନ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଆମୁଣି ଗ୍ରାମକୁ ଫେରିଯାଇଛନ୍ତି । ସେଠାରେ ସେ ଦୁଇଦିନ ରହିବା ପରେ ଭୁବନେଶ୍ୱର ଯିବେ ବୋଲି ସନ୍ତୋଷୀ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟକି, ଭୁବନେଶ୍ୱରରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ମହିଳା ଅଟୋ ଚାଳକ ସନ୍ତୋଷୀ ଦେଓ ଗତ ଜାନୁଆରୀ ୨୨ ତାରିଖରେ ହୋଇଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଓଡିଶାରୁ ଏକୁଟିଆ ଅଟୋ ଯୋଗେ ଯୋଗ ଦେବାକୁ ଯାଇ ଥିବା ବେଳେ ସୋସିଆଲ ମିଡ଼ିଆ ରେ ଭଆଇରଆଲ ହୋଇ ଥିଲେ। ସେ ଅଯୋଧ୍ୟା ରୁ ଫେରି ବା ବେଳେ ଓଡ଼ିଶାରେ ଚମ୍ପୁଆ ମଧ୍ୟ ଦେଇ ପ୍ରବେଶ କରିଥିବା ବେଳେ ଆଜି ଚମ୍ପୁଆ ରେ ବିଭିନ୍ନ ସଂଗଠନ ତରଫରୁ ସ୍ବାଗତ କରାଥିଲା । ଏହି ଅବସରରେ ସେ ତାଙ୍କର ବିଭିନ୍ନ ଅନୁଭୂତି ବର୍ଣ୍ଣନା କରିଥିଲେ।

ସୂଚନାଯୋଗ୍ୟ କି ତାଙ୍କ ପରିବାର ମଧ୍ୟରେ ରହିଥିବା ବିଭିନ୍ନ ସମସ୍ୟା କୁ ନେଇ ସେ ପ୍ରଥମେ କେନ୍ଦୁଝର ଏବଂ ପରେ ଭୁବନେଶ୍ୱର ଠାରେ ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିବାବେଳେ ସେ ଅଟୋ ନେଇ ଭୁବନେଶ୍ୱର ରୁ କେନ୍ଦୁଝର ଜିଲ୍ଲା ଆମୁଣୀସ୍ଥିତ ଘରକୁ ଆସିଥିଲେ। ସେଠାରୁ ସେ ଝାରସୁଗୁଡା ଦେଇ ବିଳାସପୁର, ଅମରକଣ୍ଟକ କୁ ଯାଇଥିଲେ ।

ସେଠାରେ ଅଯୋଧ୍ୟା ଯାଇ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଚିନ୍ତା କରି ଅଯୋଧ୍ୟା ଅଭିମୁଖେ ଲମ୍ବା ଯାତ୍ରା ଆରମ୍ଭ କରିଥିଲେ। ତେବେ ଶେଷରେ ତିନି ରାଜ୍ୟ ଡେଇଁ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି ସନ୍ତୋଷୀ। ବିଭିନ୍ନ ବାଧାବିଘ୍ନ ସତ୍ୱେ ଜଣେ ମହିଳା ଅଟୋ ଚାଳକ ପ୍ରଭୁ ରାମଚନ୍ଦ୍ରଙ୍କ ନାମ ସ୍ମରଣ କରି ଏକା ଅଟୋ ଚାଳନା କରି ହଜାର ହଜାର କଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଂଚି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେବା କୌଣସି ସାଧାରଣ କଥା ହୋଇ ନ ଥିବାବେଳେ କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଆମୁଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସନ୍ତୋଷୀ ଦେଓ ନିଜର ସାହସ ଓ ଏକାଗ୍ରତା ଫଳରେ ଅଯୋଧ୍ୟା ରେ ପହଞ୍ଚି ନାରୀ ଜାତି ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ସେ ରାମଲାଲାଙ୍କ ଦର୍ଶନ ପରେ ଅଯୋଧ୍ୟାରୁ କାଶୀ, ବିଶ୍ୱନାଥ, ଗୟା, ବରେଇ, ରାଞ୍ଚି, ଟାଟା ରାସ୍ତାଦେଇ ଓଡିଶାର ଶେଷ ସୀମାନ୍ତ ଚମ୍ପୁଆ ଠାରେ ପହଞ୍ଚିଛନ୍ତି। ଦୁଇ ଦିନ ପରେ ଭୁବନେଶ୍ୱର ଯାଇ ସେଠାରୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ପ୍ରକାଶ କରିଛନ୍ତି।ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।