କେବେ ବିଜେପି କେବେ ଆରଜେଡି; ମହା ଖେଳୁଆଡ଼ ନୀତୀଶ

ପାଟନା: ଆରଜେଡି ନିକଟରୁ ମହୁ ସରିଯିବା ପରେ ନୀତୀଶ କୁମାର ପୁଣି ବିଜେପିକୁ ଆଦରି ନେଇଛନ୍ତି । ବିଜେପି ବଳରେ ନୀତୀଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି-ଜେଡିୟୁ ମେଂଟକୁ ଭଗବାନଙ୍କ ଇଛା କହିଛନ୍ତି ।

ଲୋକ ଜନଶକ୍ତି ପାର୍ଟି ସାଂସଦ ଚନ୍ଦନ ସିଂ କହିଛନ୍ତି ଯେ ବିହାରର ବିକାଶ ପାଇଁ ନୀତୀଶ କୁମାର ଜରୁରୀ । ବିଜେପି-ଜେଡିୟୁ ପାଇଁ ନୀତୀଶ ମୁଖ୍ୟମନ୍ତ୍ରୀ ରହିବା ଆବଶ୍ୟକ ।ସରକାରରୁ ବାଦ ପଡ଼ିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ଲାଲୁ ପ୍ରସାଦଙ୍କ ଉପରେ ଇଡି ନଜର ପକାଇଛି । ବିହାରରେ ଆରଜେଡିକୁ ପରାଜିତ କରିବା ପାଇଁ ଏନଡିଏ ଅନ୍ତର୍ଭୁକ୍ତ ସବୁ ଦଳ ଏକଜୁଟ ହୋଇଯାଇଛନ୍ତି ।

ଯାଦବ ପରିବାର ଉପରେ ଇଡି ଚଡ଼କ ପଡ଼ିବା ପରେ ଲାଲୁ କ୍ଷୋଭରେ କହିଛନ୍ତି ଯେ ଆମ ଉପରେ ବିଜେପିର ଇଡି ଦାଉ ନୂଆ ନୁହେଁ । ବିଜେପିର ସବୁ ଦାଉ ସହିବାର ତାକତ୍‌ ଆମ ପରିବାର ନିକଟରେ ରହିଛି ।