୬ ଜଣଙ୍କ ଉପରେ ମାଡ଼ିଗଲା ଅମାନିଆ ଟ୍ରକ

ପାଟନା: ଚାଳକର ଆଜ୍ଞାକୁ ନମାନି ୬ ଜଣଙ୍କ ଉପରେ ମାଡିଯାଇଛି ଅମାନିଆ ଟ୍ରକ । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ସମେତ ଚାରିଜଣ ପ୍ରାଣ ହରାଇଛନ୍ତି । ପାଲିଗଂଜ ଥାନା ଅନ୍ତର୍ଗତ ଧରହରା ଗ୍ରାମ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟାଇବା ପରେ ଚାଳକ ଜଣକ ଗାଡ଼ିକୁ ଛାଡ଼ିଦେଇ ପଳାୟନ କରିଛି ।

ଦୁର୍ଘଟଣାକୁ ଦେଖିଥିବା ଲୋକଙ୍କ ଆଖିରୁ ଲୁହ ଥମିବାର ନାଁ ଧରୁନି ।   ରାଗରେ ଜର୍ଜରିତ ହୋଇ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । ଖବର ସଂଗ୍ରହ ସମୟ ସୁଦ୍ଧା ରାସ୍ତା ଉପରୁ ମୃତଦେହ ହଟି ନଥିଲା ।