ଦୁର୍ଭାଗ୍ୟକୁ ସୌଭାଗ୍ୟ କରିବେ ଶ୍ରୀଗଣେଶ

ବାସ୍ତୁବିଦ୍ୟାକୁ ଠିକ ଭାବରେ ପ୍ରୟୋଗ କରିପାରିଲେ, ମଣିଷର ଦୁର୍ଭାଗ୍ୟ କ୍ରମେ ସୌଭାଗକୁ ପରିବର୍ତନ ହୋଇଯିବ । ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଧ୍ୟାନ କରନ୍ତୁ । ଆପଣଙ୍କର ସବୁ ବିଘ୍ନକୁ ଦୂର କରିବାର ଶକ୍ତି ତାଙ୍କ ପାଖରେ ରହିଛି ।

ଓଁ ବିନା କୌଣସି ମନ୍ତ୍ର ପୂର୍ଣ୍ଣତା ଲାଭ କରେନା । ଓଁ ରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବାସ କରନ୍ତି । ଆପଣଙ୍କ ପୂଜା ସାମଗ୍ରୀ, ଜପମାଳା, ଆସନ ଭଳି କୌଣସି ଦ୍ରବ୍ୟ କାହାକୁ ଦିଅନ୍ତୁନି । ସେପରି କଲେ ଆପଣଙ୍କ ପୂଣ୍ୟ ଅନ୍ୟ ହାତକୁ ଚାଲିଯାଏ । ଆପଣଙ୍କ ଖାଦ୍ୟର ସାମାନ୍ୟ ଭାଗ ଗାଈ, ପକ୍ଷୀ, ଜୀବଜନ୍ତୁକୁ ଦିଅନ୍ତୁ, ସେଭଳି କଲେ ଆପଣଙ୍କ ଧନବୃଦ୍ଧି ହେବ, ଦୁର୍ଘଟଣା ଭଳି ବିପଦରୁ ରକ୍ଷା ପାଇଯିବେ ।

ଶିଶୁଟି ସ୍ତନପାନ କରୁଥିଲା ବେଳେ ଅନ୍ୟ କୌଣସି ମହିଳା ଅବା ପୁରୁଷ ଦେଖିବା ଅନୁଚିତ । ପଣତ କାନି ତଳେ ନବଜାତକକୁ ସ୍ତନପାନ କରାନ୍ତୁ ।  ସ୍ୱାମୀ-ସ୍ତ୍ରୀଙ୍କ ଶେଯ ଅଲଗା ଅଲଗା ରହିବା ଅନୁଚିତ; ସେପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଳି ପ୍ରବେଶ କରିଥାଏ ।