ସୁକର୍ମା ଯୋଗ: ସିଂହ ସମେତ ୫ ରାଶିକୁ ଫାଇଦା

ଜାନୁଆରୀ ୩୦ ତାରିଖ ଦିନଟି ମଙ୍ଗଳବାର ପଡୁଛି । ସେହିଦିନ ଚନ୍ଦ୍ରମା କନ୍ୟାକୁ ଚଳନ କରୁଛନ୍ତି । ବୁଧ ଘରକୁ ଯାଇ ଚନ୍ଦ୍ର ମହାଯୋଗ ସୂତ୍ରପାତ କରିଛନ୍ତି । ମଙ୍ଗଳ ଓ ଗୁରୁ ରାଶି ପରସ୍ପର ରାଶିରେ ଅବସ୍ଥାନ କରିବା କାରଣରୁ ପରିବର୍ତନ ଯୋଗ ସୃଷ୍ଟି କରିଛି । ମାଘମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଗଠିତ ସୁକର୍ମା ଯୋଗ ପ୍ରାୟ ୬ଟି ରାଶି ପାଇଁ ଲାଭଦାୟକ ରହିବ ।

ଜ୍ୟୋତିଷଙ୍କ ସୂଚନା ମୁତାବକ ମେଷ, ସିଂହ, ତୁଳା, ବିଛା ଓ କୁମ୍ଭରାଶିର ଲୋକଙ୍କ ପାଇଁ ସାମାଜିକ ଓ ଧାର୍ମିକ କାମ ପାଇଁ ଦିନଟି ଶୁଭଦାୟକ ରହିବ ।  ନିବେଶ ପାଇଁ ସୁଦିନ । କୁଣ୍ଡଳୀରେ ମଙ୍ଗଳଙ୍କ ଅବସ୍ଥିତି ମଜଭୁତ ଥିବାରୁ ସବୁଦିଗରୁ ଲାଭଦାୟକ ରହିବ ।