ସତେ ନା କ’ଣ: ଅଭିନୟ ନଜାଣି ଜ୍ୟାକି ‘ହିରୋ’

ମୁମ୍ବାଇ: ଅଭିନେତା ଜ୍ୟାକି ଶ୍ରଫଙ୍କୁ କୋଉମାନେ ଜାଣିନ? ସାରଙ୍କ ନିକଟରେ ଅଭିନୟ ପ୍ରତି ଝୁଙ୍କ ଥିଲା ମାତ୍ର ଡାଇଲଗ୍‌ ମାରିବାର କଳାକୌଶଳ ମାଲୁମ ନଥିଲା । ଜଣେ ଅଗାଡ଼ିକୁ ଗାଡ଼ି କରିଦେଲେ ଲୋକପ୍ରିୟ ନିର୍ଦ୍ଦେଶକ ସୁଭାଷ ଘାଇ ।‘ପ୍ୟାର୍‌ କର୍‌ନେ ୱାଲେ କଭି ଡରତେ ନେହିଁ’ ଗୀତ ଶୁଣିଛନ୍ତି? ଗୀତଟିକୁ ପରଦା ଉପରେ ଚମକାଇଥିଲେ ଅଭିନେତା ଜ୍ୟାକି ଶ୍ରଫ ଓ ମିନାକ୍ଷୀ ଶେଷାଦ୍ରି ।

୧୯୮୩ରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଚଳଚ୍ଚିତ୍ର ‘ହିରୋ’ର ମହାନାୟକ ଜ୍ୟାକି ଶ୍ରଫଙ୍କ ଗଡ୍‌ ଫାଦର୍‌ ଥିଲେ ସୁଭାଷ ଘାଇ ।ଜ୍ୟାକିଙ୍କୁ ନେଇ ସୁଭାଷ ‘ଖଳନାୟକ’, ‘ପରଦେଶ’, ‘ରାମ ଲଖନ’, ‘ସୌଦାଗର’ ଭଳି ସଫଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ନିକଟରେ ସୁଭାଷ ଘାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜ୍ୟାକିଙ୍କ ସଂପର୍କରେ ଯାହା କହିଲେ, ତାହା ବହୁ ନବାଗତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ସୁଭାଷ କହିଲେ ଯେ ସେ ଯେତେବେଳେ ହିରୋ’ ପାଇଁ ଜ୍ୟାକିଙ୍କୁ ମନୋନୀତ କଲେ । ସେତେବେଳେ ତାଙ୍କ ନିକଟରେ ନା ଅଭିନୟ କଳା ନା ଡାଇଲଗ କହିବାର କଳା ଦେଖିଥିଲେ । ଜ୍ୟାକିଙ୍କୁ ପରଦା ଉପରେ ମୁଖ୍ୟ ନାୟକ ଭାବେ ଠିଆ କରାଇ ସୁଭାଷ ଘାଇ ନିଜର ନିର୍ଦ୍ଦେଶନା କଳାକୁ ଚାଲେଂଜ କରିଥିଲେ ।  ହିରୋ’ ଜରିଆରେ ଜ୍ୟାକି ହିନ୍ଦି ଚଳଚ୍ଚିତ୍ର ଦୁନିଆକୁ ପ୍ରବେଶ କରିଥିଲେ ।