ଗୋରୁ ବୋଝେଇ ଗାଡ଼ି ଜବତ, ଚାଳକ ଓ ହେଲପର ଫେରାର

ଗତକାଲି ବିଳମ୍ବିତ ରାତିରେ ଜଙ୍କିଆ ପୁଲିସ ପେଟ୍ରୋଲିଙ୍ଗ ବେଳେ ଏକ ଗୋରୁ ବୋଝେଇ ଆଇଚର ଗାଡ଼ିକୁ ଜବତ କରିଥିଲା। ସେଥିରେ ୭୦ଟି ଗୋରୁ ଥିଲେ। ଜବତ ଗୋରୁଗୁଡ଼ିକୁ ଏମ୍ସସ୍ଥିତ ସିଜୁଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି।
ଘଟଣା ସ୍ଥଳରୁ ବ୍ୟବହୃତ ଗାଡ଼ିର ଚାଳକ ଓ ହେଲପର ଗିରଫ ଭୟରେ ଫେରାର ମାରିଛନ୍ତି। ଗାଡିଟି କେଉଁଠାରୁ କେଉଁଠାକୁ ଯାଉଥିଲା, ସେ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରା ଯାଉଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ସୂଚନା ଦେଇଛନ୍ତି।