ଇଂଲଣ୍ଡ ତୃତୀୟ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୨୬/୫

ନୂଆଦିଲ୍ଲୀ: ଗୁରୁବାର ଦିନ ରାଜକୋଟ ମଇଦାନରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍‌ ହରାଇ ୩୨୬ ରନ୍‌ କରିଛି । ଅଧିନାୟକ ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଯୋଡ଼ି ୨୦୪ ରନ୍‌ କରି ଭାରତକୁ ଲଜ୍ଜାକର ସ୍ଥିତିରୁ ଉଦ୍ଧାର କରିଛନ୍ତି । ଇଂଲଣ୍ଡ ପେସର ମାର୍କ ଉଡ୍‌ ୬୯ ରନ୍‌ ବିନିମୟରେ ତିନୋଟି ଟାଣୁଆ ୱିକେଟ୍‌ ଦଖଲ କରିଛନ୍ତି ।

ଗତ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ ଜୟସ୍ୱାଲ ମାତ୍ର ୧୦ ରନ୍‌ କରି ମଇଦାନରୁ ବିଦାୟ ନେଇଥିଲା ବେଳେ ଶୁଭମନ ଗିଲ ଗୋଟିଏ ବି ରନ୍‌ ନକରି ଆଉଟ୍‌ ହୋଇଥିଲେ । ଇଂଲଣ୍ଡର ବାମହାତୀ ବୋଲର ଟମ୍‌ ହାର୍ଟଲୀଙ୍କ ବୋଲିଂରେ ରଜତ ପଟିଦାର ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଅଧିନାୟକ ରୋହିତ ଶର୍ମା ୧୪ଟି ଚୌକା ଓ ୩ଟି ଛକା ବଳରେ ୧୩୧ ରନ୍‌ କରିଛନ୍ତି । ସେହିଭଳି ରବିନ୍ଦ୍ର ଜାଡେଜା ୯ଟି ଚୌକା ଓ ଦୁଇଟି ଛକା ବଳରେ ୧୧୦ ରନ୍‌ କରିଛନ୍ତି । ସରଫରାଜ ଖାନ ଧୂଅାଁଧାର ବ୍ୟାଟିଂ କରି ୫୦ଟି ବଲରୁ ୪୮ ରନ୍‌ ସଂଗ୍ରହ କରିଥିଲେ ।

 

ସେ ଏହା ମଧ୍ୟ ଲେଖିଛନ୍ତି, ଦିଦି, ଲୋକଙ୍କ ପାଇଁ ମୁଁ ଆଦୌ ସମୟ ଦେଇ ପାରୁ ନଥିବାରୁ ଅତ୍ୟନ୍ତ ଦୁଃଖୀତ । ମୋ ସ୍ଥାନରେ ଆଉ କେହି ଯାଦବପୁର ଜନତାଙ୍କ ସେବା କରିବାକୁ ସମୟ ଦେଇପାରିଲେ, ମୁଁ ଆହୁରି ଖୁସି ହେବି ।