ମଣିପୁରରେ ଥମୁନି ହିଂସା: ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼

ମଣିପୁରର ସୀମାବର୍ତ୍ତୀ ସହର ମୋରେହରେ ସନ୍ଧିଗ୍ଧ ବନ୍ଧୁକଧାରୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି ଯେଉଁଥିରେ ଜଣେ ପୋଲିସ କମାଣ୍ତୋ ଆହତ ହୋଇଥିବା ସୂଚନା ରହିଛି ।ସୂଚନା ଅନୁସାରେ, ଶନିବାର ଦିନ କିଛି ଅଜଣା ବନ୍ଧୁକଧାରୀମାନେ ମୋରେହରୁ କି ଲୋକେସନ ଦିଗକୁ ଯାଉଥିବା ଏକ ପୋଲିସ ଗାଡ଼ି ଉପରେ ଆକ୍ରମଣ କରାଇଲେ ।

ଏହି ଆକ୍ରମଣରେ ଜଣେ ପୋଲିସ କମାଣ୍ତୋ ଆହତ ହେବା ସୂଚନା ମିଳିଛି । ଏହି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯାଉଛି । ଗତକାଲି ମଧ୍ୟରେ ପାଟ୍ରୋଲିଂ ସମୟରେ ଏହି ଘଟଣା ଘଟିଥିଲା। ସେପଟେ ଏହି ହିଂସାକାଣ୍ତରେ ଦୁଇଟି ଘରେ ନିଆଁ ମଧ୍ୟ ଲଗାଇ ଦିଆଯାଇଛି । ତେବେ ଅଗ୍ନିକାଣ୍ଡର କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।