ଏୟାରଟେଲ ଗ୍ରାହକ ଙ୍କୁ ଝଟକା ପୁଣି ,ବଢିବ ରିଚାର୍ଜ ପ୍ଲାନ

ଭାରତରେ ଏୟାରଟେଲ ରିଚାର୍ଜ ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି, ଯେଉଁଥିପାଇଁ ଉପଭୋକ୍ତାଙ୍କୁ ବଡ ଝଟକା ଲାଗିବ । ଏହାକୁ ନେଇ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ମିତ୍ତଲ ଏକ ସାକ୍ଷାତକାରରେ କହିଲେ ଯେ ଭାରତରେ ଖୁବଶୀଘ୍ର ଟେଲିକମ ଦର ବୃଦ୍ଧି ହେବାକୁ ଯାଉଛି । ଏନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ।

ଏୟାରଟେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ, ଯାହା ଆଗାମୀ ମାସରେ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ ୩୦୦ କୋଟି ଟଙ୍କା ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଏହି କାରଣରୁ ଏୟାରଟେଲର ରିଚାର୍ଜ ପ୍ଲାନ ମୂଲ୍ୟ ଖୁବଶୀଘ୍ର ବୃଦ୍ଧି ହେବାକୁଯାଉଛି ।

ଗତ କିଛି ବର୍ଷ ବିଷୟରେ କହିବାକୁ ଗଲେ ଏୟାରଟେଲ ରିଚାର୍ଜ ମୂଲ୍ୟରେ କୌଣସି ବଡ ବୃଦ୍ଧି ହୋଇନାହିଁ । ୨୦୨୧ ପରଠାରୁ ରିଚାର୍ଜ ପ୍ଲାନରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ତେବେ ଏଥର ନିଶ୍ଚିତ ଭାବେ ଦର ବଢାଇବାର ସମୟ ଆସିଛି ବୋଲି ସେ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ମିତ୍ତଲ କହିଛନ୍ତି ଯେ ଭାରତରେ ଟେଲିକମ ଶୁଳ୍କ ବୃଦ୍ଧି କରାଯାଇପାରେ । ତେବେ କେବେ ଏହି ବୃଦ୍ଧି କରାଯିବ ସେ ନେଇ ସେ କୌଣସି ସୂଚନା ଦେଇନାହାନ୍ତି ।