ପ୍ରବଳ ତୁଷାରପାତରେ ଆଫଗାନିସ୍ତାନର ୧୫ ମୃତ

ଗତ ତିନିଦିନ ଧରି ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତହେଇଚାଲିଛି । ଏଥିରେ ୧୫ ଜଣ ପ୍ରାଣ ହରେଇଛନ୍ତି ଜଣାପଡିଛି। ଆହତ ଥିବା ୩୦ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରେଁଇଛନ୍ତି । ତୁଷାରପାତ ଯୋଗୁଁ ବଲ୍‌ଖ ଓ ଫରୟାବ୍‌ ପ୍ରଦେଶରେ ୧୦ ହଜାର ଗୃହପାଳିତ ପଶୁଙ୍କର ପ୍ରାଣହାନି ଘଟିଥିବା କୁହାଯାଉଛି।

ଆଫଗାନିସ୍ତାନର ଅଧିକାଂଶ ନାଗରିକ ମେଷପାଳକ ଭାବେ ଜୀବିକା ନିର୍ବାହ କରୁଥିବାବେଳେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କୁ ସର୍ବସ୍ବାନ୍ତ କରିଦେଇଛି।ତୁଷାରପାତ ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ଗମନା ଗମନରେ ଅସୁବିଧା ସୃଷ୍ଟି ହୋଇଛି। । କମିଟି ସଦସ୍ୟମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ପୀଡିତଙ୍କୁ ଖାଦ୍ୟପେୟ, ଔଷଧ ଏବଂ ଶୀତବସ୍ତ୍ର ପ୍ରଦାନ କରାଯାଇଛି ବୋଲି ଆଫ୍‌ଗାନ ରେଡକ୍ରସ ସୋସାଇଟିର ମୁଖପାତ୍ର କହିଛନ୍ତି ।