ବାପା, ମାଆ ଓ ପୁଅଙ୍କ ମୃତଦେହ ଘରୁ ଉଦ୍ଧାର

କେନ୍ଦ୍ରାପଡ଼ାର ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ର ନଗର ଗାଁରେ ଚାଞ୍ଚଲ୍ୟ। ଏକ ବନ୍ଦ ଘରୁ ମିଳିଛି ବାପ, ମାଆ ଓ ପୁଅଙ୍କ ମୃତଦେହ। ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ (୫୩) ବର୍ଷ
, ମାଆ ଜୟନ୍ତୀ (୪୫)ବର୍ଷ ଓ ପୁଅ ପରୀକ୍ଷିତ(୨୭)ବର୍ଷ। ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଲେ ।

ଏବେ ଘଟଣାସ୍ଥଳରେ ତହସିଲଦାର ଅଜୟ କୁମାର ମହାନ୍ତି, ଏସଡିପିଓ କ୍ଷମାସାଗର ପଣ୍ଡା ଘଟଣାସ୍ଥଳରେ ପହଂଚିଥିଲେ । ପୁଲିସ ଘର ତାଡ଼ି ତିନିଟି ମୃତଦେହ ଉଦ୍ଧାର ହେଇଛି।