ସାରା ରାଜ୍ୟରେ ବଢୁଛି ତାତି

ଭୁବନେଶ୍ୱର : ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁବ। ରାତି ତାପମାତ୍ରା ମଧ୍ୟ ୨-୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ଆଭ୍ୟନ୍ତରୀଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଆସନ୍ତା ୬ ତାରିଖ ଯାଏଁ ତାତି ଅସ୍ତବ୍ୟସ୍ତ କରିବ। ।ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୪ ସହର ।

ବାଲେଶ୍ୱରରେ ସର୍ବାଧିକ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି । କଟକରେ ୩୧.୧, ଭୁବନେଶ୍ୱରରେ ୩୦.୮ ଡିଗ୍ରୀ ରେକର୍ଡ କରିଛି । ସେହିପରି ଚାନ୍ଦବାଲିରେ ୩୦.୪ ଡିଗ୍ରୀ ଖରା ଥିବା ବେଳେ ସମ୍ବଲପୁରରେ ୩୦ ଡିଗ୍ରୀ ତାପମାତ୍ରା ଛୁଇଁଛି । ତେବେ ଏହି ଖରାକୁ ଦେଖି ରାଜ୍ୟରେ ଆଜି ସମସ୍ତ ବିଦ୍ୟାଳୟରେ ସକାଳୁ ପାଠ ପଢା ଆରମ୍ଭ ହୋଇଛି ।