କଣ ଆପଣ ବେଡ୍‌ରେ ବସି ଖାଉଛନ୍ତି କି ? ତେବେ ହୋଇ ଯଆନ୍ତୁ ସାବଧାନ।

ବେଡ୍‌ରେ ବସି ଖାଇବା ଦ୍ଵାରା ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା..

୧. ଖାଇବା ସମୟରେ ଅଧା ଶୋଇବା ଦ୍ୱାରା ହଜମ ରସର ପ୍ରାକୃତିକ ପ୍ରବାହରେ ବାଧା ସୃଷ୍ଟି ହୋଇ ଅସ୍ୱାଭାବିକତା ଓ ଏସିଡ୍ ରିଫ୍ଲକ୍ସ ମଧ୍ୟ ହୋଇପାରେ । ସାଧାରଣତଃ, ବସିକି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ ଓ ସ୍ୱାସ୍ଥ୍ୟକର ହୋଇଥାଏ ।

୨. ଖାଦ୍ୟ ଖାଇବାର ଉଦ୍ଦେଶ୍ୟ କେବଳ ପେଟ ଭରିବା ନୁହେଁ ବରଂ ପୁଷ୍ଟିକର ଉପାଦାନରୁ ଶରୀରରୁ ଶକ୍ତି ମିଳିଥାଏ । ଯଦି ଆପଣ ଖଟ ଉପରେ ବସି ଖାଦ୍ୟ ଖାଉଛନ୍ତି, ତେବେ ସେହି ଖାଦ୍ୟ ପୁଷ୍ଟିକର ନୁହେଁ। ଜଣେ ଅସୁସ୍ଥ ଥିବାବେଳେ ବିଛଣାରେ ବସି ଖାଦ୍ୟ ଖାଆନ୍ତି । ଜଣେ ସୁସ୍ଥ ବ୍ୟକ୍ତି ବିଛଣାରେ ବସିଥିବା ସମୟରେ ଚା କିମ୍ବା ପାଣି ପିଇବା ଉଚିତ୍ ନୁହେଁ ।

୩. ବେଡକୁ ଶୋଇବା ବ୍ୟତୀତ ଅନ୍ୟ କାର୍ୟ୍ୟକଳାପ ସହିତ ଯୋଡ଼ିବା ଦ୍ୱାରା ଶୋଇବା ସମୟରେ ବାଧା ସୃଷ୍ଟି କରିପାରେ । ଯେତେବେଳେ ଆପଣ ପ୍ରକୃତରେ ଚାହାଁନ୍ତି ଆରାମ କରିବା ପାଇଁ, ସେତେବେଳ ଶୋଇବା ଅଧିକ କଷ୍ଟସାଧ୍ୟ ହୋଇଥାଏ ।