ପ୍ରତିଦିନ ଅଁଳା ଖାଇଲେ ସଂକ୍ରମଣର ଭୟ ନଥାଏ । ଡାଏଟରେ ଅଁଳାକୁ କିପରି ସାମିଲ କରିପାରିବା। ବଜାରରେ ମିଳୁଥିବା ଅଁଳା କ୍ୟାଣ୍ଡି ଖାଇ ପାରିବେ । ଏହି କ୍ୟାଣ୍ଡିକୁ ଆପଣଚାହିଁଲେ ଘରେ ମଧ୍ୟ ତିଆରିକରି ପାରିବେ । ଏଥିପାଇଁ ପ୍ରଥମେ ଅଁଳାକୁ ସିଝାଇ ଚିନିରେ ପକାଇ ଖରାରେ ଶୁଖାଇ ଦିଅନ୍ତୁ ।
ଶୁଖିଯିବା ପରେ ଏୟାରଟାଇଟ ଡବାରେ କ୍ୟାଣ୍ଡିକୁ ଭର୍ତ୍ତି କରି ରଖନ୍ତୁ। ଅଁଳା ଚଟଣି ତିଆରି କରିବା ବହୁତ ସହଜ । ଏଥିପାଇଁ ଚିନି, ଭିନେଗାର ଓ ଗୁଜୁରାତିକୁ ମିଶାଇ ଅଁଳା ଚଟଣି ତିଆରି କରିପାରିବେ । ଆପଣ ଚାହିଁଲେ ଘରେ ଜିରା, ସୋରିଷତେଲ, ମେଥି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଅଁଳା ଆଚାର ମଧ୍ୟ ପ୍ରସ୍ତୁତ କରିପାରିବେ ।