ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ କଟକ ଠାରେ ରାଜ୍ୟସ୍ତରୀୟ ‘ପରାକ୍ରମ ଦିବସ’ ଆୟୋଜିତ

ଭାରତୀୟ ସ୍ଵାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ କଟକ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ପରାକ୍ରମ ଦିବସ’ କାର୍ଯ୍ୟକ୍ରମରେ କଟକ ଠାରେ ଆୟୋଜିତ ହୋଇଥିଲା । ଏହି ଅବସରରେ ତିନି ଦିବସୀୟ ‘ପରାକ୍ରମ ଉତ୍ସବ’ର  ମୁଖ୍ୟମନ୍ତ୍ରୀଙ୍କ  ଦ୍ଵାରା ଶୁଭ ଉଦଘାଟନ କରାଯାଇଛି। ଉତ୍କଳ ମାଟିର ବରପୁତ୍ରଙ୍କ ଶୌର୍ଯ୍ୟ, ତ୍ୟାଗ ଏବଂ ସାମର୍ଥ୍ୟକୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ସହର କଟକରେ ତାଙ୍କର ଜୟନ୍ତୀ ପାଳନ କରାଯାଇଛି।

ଏହି ଦିବସଟି ପ୍ରତ୍ଯେକ ଭାରତୀୟ ବିଶେଷ କରି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ। ଏହି ଦିନରେ ହିଁ ବିପ୍ଳବୀ ଜନନାୟକ, ମହାନ ଦେଶଭକ୍ତ, ନିର୍ଭୀକ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମ ସହର ଭାବେ କଟକ ସାରା ବିଶ୍ଵରେ ଗର୍ବିତ। ଏଭଳି ଜଣେ ଜନନାୟକଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ଜାନୁଆରୀ ୧୯, ୨୦୨୧ ମସିହାରେ ନିଷ୍ପତ୍ତି ନେଇଥିଲେ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।