ଆୟର୍ଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବାରୁ ଶ୍ରୀ ମାଇକଲ ମାର୍ଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: “ଅଭିନନ୍ଦନ ମାଇକଲ ମାର୍ଟିନ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବାରୁ । ଲୋକଙ୍କ ମଧ୍ୟରେ ଥିବା ମୂଲ୍ୟବୋଧ ଭିତ୍ତିକ ଭାବ ଏବଂ ଦୃଢ଼ ଭିତ୍ତିଭୂମି ଆଧାରିତ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ମିଳିମିଶି କାମ କରିବା ଦିଗରେ ପ୍ରତିବଦ୍ଧ ।”