ବହୁ ସଚେତନତା ଓ ପରାମର୍ଶ ପରେ ବି ସାଇବର ଲୁଟେରାଙ୍କ ଠକେଇ ବଢି ଚାଲିଛି ସହରରେ ଯାହାର ଶିକାର ହେଉଛନ୍ତି ସାଧାରଣ ଲୋକମାନେ । ଭିନ୍ନ ଭିନ୍ନ ଜରିଆରେ ସାଇବର ଅପରାଧୀମାନେ ଲୁଟିଚାଲିଛନ୍ତି କୋଟି କୋଟି ଟଙ୍କା । ସାଇବର ସୁରକ୍ଷା ଓ ଏଆଇ ବିଷୟରେ ସରକାର ଯେତେ ବାର୍ତା ଦେଲେ ବି ଧରା ପଡୁନାହାନ୍ତି ସାଇବର ଠକେଇ । ଯାହା ଫଳରେ ସାଧାରଣ ଲୋକମାନେ ସାଇବର ଠକେଇ ର ଜାଲରେ ପଡୁଛନ୍ତି ।
ତା ସାଙ୍ଗକୁ ଡିଜିଟାଲ ଆରେଷ୍ଟ ର ଅପରାଧ ନାମ ରେ ଲୁଟୁଛନ୍ତି ସାଇବର ଠକେଇ । ଏମିତି ଏକ ପରିବାର ବାସ କରୁଥିବା ନୋଏଡାରେ ୩ ଜଣ ସଦସ୍ୟଙ୍କୁ ୫ ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖି ସାଇବର ଲୁଟେରାମାନେ ୧ କୋଟିରୁ ଅଧିକ ଟଙ୍କା ତାଙ୍କଠୁ ନେଇ ଯାଇଥିଲେ ।
ତା ପରେ ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଭିଡିଓ କଲରେ ତାଙ୍କୁ ନଜର ବନ୍ଦୀ କରିରଖନ୍ତି । କିଛି ଉଦାହରଣ ଭାବେ ନିଜର ପରିଚୟ ନକଲି ଅନ୍ତର୍ଜାତୀୟ ପାର୍ସଲ, ନିଶାଦ୍ରବ୍ୟ କିମ୍ବା ସିମ କାର୍ଡ ଜରିଆରେ ଅପରାଧ ହୋଇଛି ବୋଲି ଧମକ ଦେଇ ନିଜ ଜାଲରେ ଫସାନ୍ତି । ଭିଡିଓ କଲ କରି ଅଭିଯୁକ୍ତମାନେ ନିଜକୁ ତଦନ୍ତକାରୀ ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରି ଲୋକଙ୍କଠୁ ଟଙ୍କାଲୁଟି ନିଅନ୍ତି ।