ଟର୍ଚ୍ଚ ଲାଇଟ ଦ୍ୱାରା ଡାକ୍ତରଖାନାରେ ଚିକିତ୍ସା

ବୁର୍ଲା: ବୁର୍ଲା ଭିମସାରର ଡାକ୍ତରଖାନାର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ପାଇଁ ମୋବାଇଲ ଟର୍ଚ୍ଚରେ କେମୋ ଥେରାପି କରାଯାଇଛି ବୋଲି ଅଭିଯୋଗ ଦାଖଲ କରାଯାଇଛି ।

ଡିଜି ଥାଇ ମଧ୍ୟ ତାର ବ୍ୟବହାର ଠିକ ସମୟରେ ହୋଇନଥିଲା । ଯାହାପାଇଁ ଦୀର୍ଘ ତିନି ଘଣ୍ଟା ସେଠାରେ ଅନ୍ଧକାର ରହିଥିଲା । ସେହି ସମୟରେ କିଛି ବୁଦ୍ଧି ନପାଇ କେମୋ ଥେରାପି ରେ ଥିବା ରୋଗୀଙ୍କୁ ମୋବାଇଲ ଆଲୁଅରେ ଚିକିତ୍ସା କରାଇଥିଲେ ।

ବିଦ୍ୟୁତ ବିଭାଗର ଦାୟିତ୍ବହୀନ କାରଣରୁ ସୂଚନା ନଦେଇ ବିଦ୍ୟତୁ କାଟ କରାଯାଇଥିଲା। ଡାକ୍ତରଖାନା ଭଳି ସ୍ଥାନ ରେ ଏମିତି ଏକ ଅଘଟଣ କି ଭଳି ଭାବେ ଘଟିପାରେ, ଏହାକୁ ନେଇ ତଦନ୍ତ ଆରମ୍ଭ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଜଣାଇଛନ୍ତି ।