ଶିକ୍ଷକଙ୍କୁ ଅପହରଣ

ମୟୁରଭଞ୍ଜ: କରଞ୍ଜିଆ ଜିଲ୍ଲା ସ୍ଥିତ ଜଣେ ଶିକ୍ଷକଙ୍କୁ ବନ୍ଧୁକର ଭୟରେ ଅପହରଣ କରିଥିବାର ମାମଲା ରୁଜୁ ହୋଇଛି ।

ଘଟଣାଟି ୧୦ ଫେବୃଆରୀ ୨୦୧୫ ଘଟିଥିଲା । ଏହି ମାମଲାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ରବୀନ୍ଦ୍ର ନାଥ ସିଂ ଯାହାଙ୍କୁ ୬ ଜଣ ଅଭିଯୁକ୍ତ ମିଶି ଅପହରଣ କରିଥିଲେ । ଅପହରଣକାରୀମାନେ ବଳ ପ୍ରୟୋଗ କରି ରବୀନ୍ଦ୍ର ଙ୍କୁ ଅପହରଣ କରି ଗୋଟେ ଗାଡି ଭିତରକୁ ନେଇଥିଲେ ଓ ୩୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦୀ କରି ତାଙ୍କୁ ୧୫ ଲକ୍ଷ ଟଙ୍କା ମାଗିଥିଲେ ତାଙ୍କୁ ଛାଡ଼ିଦେବା ବଦଳରେ ।

ଏହି ମାମଲାର ଖବର ପାଇବା ମାତ୍ରେ କରଞ୍ଜିଆ ପୋଲିସ ଯଥାଶୀଘ୍ର ଏକ ସର୍ଚ୍ଚ ଅପେରସନ ଜାରି କରିଥିଲେ । ୩ ଦଳ ଗଠନ ହୋଇଥିଲା ଅପରାଧୀମାନଙ୍କୁ ଧରିବା ନିମନ୍ତେ । ସେହି ଅନୁସନ୍ଧାନ ତାଙ୍କୁ ନେଇଯାଇଥିଲା ତାଳଚେର ପର୍ଯ୍ୟନ୍ତ ଯେଉଁଠାରୁ ୪ ଜଣ ଅପରାଧୀ ଧରାପଡ଼ିଥିଲେ ଏବଂ ପୋଲିସ ଏହି ତଦନ୍ତ ଟି ଜାରିରଖିଚି ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାପାଇଁ  ।