‘ଡିସେମ୍ବର ସୁଦ୍ଧା ଭାରତ ହେବ ଯକ୍ଷ୍ମାମୁକ୍ତ’

୨୦୩୦ ସୁଦ୍ଧା ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପଣ କରିଛି । ତେବେ ତା’ର ୫ ବର୍ଷ ପୂର୍ବରୁ ଅର୍ଥାତ୍‌ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଭାରତକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ହୋଇଛି । ପୁରୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ଦୁଇଦିନିଆ ସମାବେଶରେ ଯୋଗଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହି ସୂଚନା ପ୍ରଦାନ କରିଛନ୍ତି ।

ଦେଶର ପ୍ରାୟ ୪୫୫ଟି ଜିଲ୍ଲାକୁ ତନ୍ନତନ୍ନ କରି ୧୦୦ ଦିନ ଧରି ଅଣ୍ଡାଳିବା ଭିତରେ ସରକାରଙ୍କ ଦୃଷ୍ଟିରେ ୫ ଲକ୍ଷ ଯକ୍ଷ୍ମା ରୋଗୀ ଧରା ପଡ଼ିଛନ୍ତି । ଆଗାମୀ ଦିନରେ ଯକ୍ଷ୍ମା ନିରୋଧୀ ଅଭିଯାନରୁ ବାଦ ପଡ଼ିଥିବା ଜିଲ୍ଲାଗୁଡ଼ିକୁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମୀମାନେ ଯାଇ ରୋଗୀ ଚିହ୍ନଟ କରିବେ । ରୋଗୀକୁ ଆବଶ୍ୟକ ଔଷଧ ବିତରଣ କରି ଆରୋଗ୍ୟ କରିବେ ।
ପ୍ରତି ପରିବାର ତେଲ ଖାଇବା ପରିମାଣ କମାଇବାକୁ ପ୍ରଧାନମନ୍ତ୍ରୀ ମୋଦିଜୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାରତାକୁ ଦେଶବାସୀଙ୍କ ନିକଟରେ ପହଂଚାଇବା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ବୋଲି ନଡ୍ଡା କହିଛନ୍ତି ।

02:35 PM