ଆଜି ଛତିଶଗଡ଼ର ସୁକ୍ମା ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ୭ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଭିତରୁ ୨୦୨୧ ମସିହାରେ ମାଓ ଇଲାକା ତେକୁଲଗୁଡ଼ା ଅଂଚଳରେ ଅର୍ଦ୍ଧସାମରିକ ବାହିନୀ ଉପରକୁ ହମ୍ଲା କରିଥିବା କିଛି ଆତଙ୍କୀ ଅଛନ୍ତି ବୋଲି ସୁକ୍ମା ପୁଲିସ ଅଧିକ୍ଷକ କିରନ ଚଭନ୍ କହିଛନ୍ତି । ୨୦୨୧ ମସିହାରେ ଜଙ୍ଗଲ ରାସ୍ତାରେ ଯବାନମାନଙ୍କୁ ଧରି ସିଆରପିଏଫ୍ ଗାଡ଼ି ଯାଉଥିବା ବାଟରେ ମାଓ ହମ୍ଲାର ଶିକାର ହୋଇଥିଲା ଯାହା ଫଳରେ ୨୨ ଜଣ ଯବାନ ସହିଦ ହୋଇଥିଲେ ।
ଛତିଶଗଡ଼ ସରକାରଙ୍କ ନକ୍ସଲ ନିପାତ ଓ ଥଇଥାନ ନୀତି ପ୍ରତି ପ୍ରଭାବିତ ହୋଇ ମାଓବାଦୀମାନେ ଆତ୍ମ ସମର୍ପଣ କରିଥିବା ସ୍ୱୀକାର କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୩ ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଚାରିଜଣ ମାଓବାଦୀଙ୍କ ମୁଣ୍ଡ ପିଛା ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।