ଏସିଆ କପ୍‌ ୨୦୨୫: ଜୋରଦାର୍‌ ହେବ ଭାରତ-ପାକିସ୍ତାନ ମୁକାବିଲା

ଟି-୨୦ ଖେଳିବେ ଯଶପ୍ରୀତ ବୁମ୍‌ରା, ଶୁଭମନ୍‌ ଗିଲ, ବାଦ୍‌ ପଡ଼ିବେ ସଞ୍ଜୁ ସାମ୍‌ସନ୍‌ । ଗୋଟିଏ ବର୍ଷରେ ଭାରତ-ପାକିସ୍ତାନକୁ କ୍ରିକେଟ୍‌ ମଇଦାନରେ ବାରମ୍ବାର ଦେଖିବାର ସୁଯୋଗ ବିରଳ ନିଶ୍ଚିତ । ୨୦୨୫ ମସିହାରେ ଏକାଧିକବାର ଭାରତ-ପାକିସ୍ତାନ କ୍ରିକେଟ୍‌ ମୁକାବିଲା ଦେଖିବାର ସମ୍ଭାବନା ରହିଛି । ନିକଟରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍‌ ଟ୍ରଫି ୨୦୨୫ରେ ଭାରତ-ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିଲା । ପାକିସ୍ତାନକୁ ହରାଇ ଭାରତ ଜିତାପଟ ହାସଲ କଲା, ମାତ୍ର ସବୁବେଳେ ସେଭଳି ସୁଯୋଗ ମିଳିବନି ।

ଆଗାମୀ ସେପ୍ଟେମ୍ବରରେ ଖେଳାଯିବ ଏସିଆ କପ୍‌ ୨୦୨୫ । ଉକ୍ତ କପ୍‌ ହାତେଇବା ପାଇଁ ଆଠୋଟି ଦଳ ମଇଦାନକୁ ଓହ୍ଲାଇବେ । ଏସିଆ କପ୍‌ ୨୦୨୫ ତାଲିକାରେ ଅଛନ୍ତି ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ସାଉଦି ଆରବ, ହଂକଂ ଓ ନେପାଲ । ଦୁଇଟି ଦଳରେ ଚାରୋଟି ଲେଖାଁଏ ଟିମ୍‌ ରହିବେ । ସୁପର-୪ ମୁକାବିଲାରେ ଭାରତ-ପାକିସ୍ତାନ ଏକାଧିକବାର ମୁହାଁମୁହିଁ ହେବେ । ଦରକାର ପଡ଼ିଲେ ଦୁଇଟି ଯାକ ଦଳ ଫାଇନାଲ ଖେଳିପାରନ୍ତି । ପାକିସ୍ତାନକୁ ହରାଇବା ପାଇଁ ଟିମ୍‌ ଇଣ୍ଡିଆରେ ଟାଣୁଆ ଖେଳାଳିଙ୍କୁ ସାମିଲ କରାଯିବା ଜରୁରୀ ।

ଚୟନକାରୀ ଟିମ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଏସିଆ କପ୍‌ ୨୦୨୫ ଖେଳିବ । ତାଙ୍କ ଟିମରେ ଶୁଭମନ୍‌ ଗିଲ, କେଏଲ୍‌ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଅଭିଷେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂ ରହିପାରନ୍ତି । ସଞ୍ଜୁ ସାମ୍‌ସନ୍‌ ଭଲ ସ୍ଥିତିରେ ଅଛନ୍ତି । ମାତ୍ର ତାଙ୍କୁ ଦଳରେ ସାମିଲ କରାଯିବା ବିଷୟ ଏ ଯାଏ ସ୍ପଷ୍ଟ ହୋଇନି । ସାମସନ୍‌ ଇଂଲଣ୍ଡ ବିପକ୍ଷରେ ଭଲ ଖେଳି ପାରିଲେନି । ତେଣୁ ତାଙ୍କ ଉପରେ ଭରସା କରିପାରୁନାହାନ୍ତି ଚୟନକାରୀ । ଧ୍ରୁବ ଜୁରେଲ ଓ ନିତିଶ ରେଡ୍ଡୀଙ୍କୁ ଦଳରେ ସାମିଲ କରାଯିବ ।

12:35 PM