ମହଙ୍ଗା ପଡ଼ିଲା ଯୋଗୀ ଆଦିତ୍ୟନାଥଙ୍କୁ ଧମକ

ବସ୍ତି: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଆଧାରିତ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରଣ କରିବା ଅଭିଯୋଗରେ ଗୌର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।

ସନାତନ ଧର୍ମ ସର୍ବୋପରି’ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ପରିଚାଳକ ଅଭିଷେକ ଦୁବେଙ୍କ ଏଫ୍‌ଆଇଆର୍‌କୁ ଗ୍ରହଣ କରି ପୁଲିସ ଏକ ମାମଲା ରୁଜୁ କରିଛି । ଆଇଟି ଆକ୍ଟ ଧାରା ୬୬, ୩୫୧ (୪) ଓ ୩୫୩ (୧) ଆଧାରରେ ମାମଲା ରୁଜୁ କରି ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।