ଭାରତର ଏହିସବୁ ସ୍ଥାନରେ ରହିଛି ସୃଷ୍ଟିକର୍ତା ବ୍ରହ୍ମାଙ୍କ ମନ୍ଦିର

ଆପଣ ଜାଣନ୍ତି? ଭାରତର ମାତ୍ର ୬ଟି ସ୍ଥାନରେ ସୃଷ୍ଟିକର୍ତା ବ୍ରହ୍ମାଙ୍କ ପୂଜାର୍ଚ୍ଚନା କରାଯାଏ ରାଜସ୍ଥାନର ପୁଷ୍କର, ତାମିଲନାଡୁର କୁମ୍ବକୋନମ ତିରୁପୋତୁର, କେରଳର ଥିରୁନାଭାୟା,  ଗୋଆର କାରାମବୋଲିମ, ହିମାଚଳ ପ୍ରଦେଶର ଖୋଖନରେ ସୃଷ୍ଟିର ସ୍ରଷ୍ଟା ବ୍ରହ୍ମାଙ୍କ ମନ୍ଦିର ନିର୍ମାଣ କରାଯାଇଛି

ସୃଷ୍ଟି ପାଳନକର୍ତା ବିଷ୍ଣୁ ସଂହାରକର୍ତା ମହାଦେବଙ୍କ ମନ୍ଦିର ସାରା ଦେଶରେ ଭର୍ତି ହୋଇ ରହିଛି ଯୋଉ ଗାଁକୁ ଯିବ ସେଠାରେ ମହାଦେବ ଅବା ବିଷ୍ଣୁଙ୍କ ମନ୍ଦିର ରହିଛି କିନ୍ତୁ ସୃଷ୍ଟିକର୍ତା ବ୍ରହ୍ମାଙ୍କ ପୂଜା ପୀଠ ଦୃଷ୍ଟିରେ ପଡ଼ିବା ବିରଳ

ଏମିତି କାହିଁକି? ପୁରାଣ କଥା ଅନୁସାରେ ମାନସ ପୁତ୍ରୀ ସରସ୍ୱତୀଙ୍କୁ ବିବାହ କରିବାର ଅଭିଳାଷ ପୋଷଣ କରିବାରୁ ମାତା ସାବିତ୍ରୀ ସୃଷ୍ଟିକର୍ତା ବ୍ରହ୍ମାଙ୍କୁ ଅପୂଜା ରହିବାର ଅଭିଶାପ ଦେଇଛନ୍ତି