ବିଶ୍ୱ ପରିବେଶ ଦିବସ 2025 ପୂର୍ବରୁ ‘ପ୍ଲାଷ୍ଟିକ ମୁକ୍ତ ଷ୍ଟେସନ ପରିସର’ ଅଭିଯାନ ଆରମ୍ଭ କରିଛି ପୂର୍ବତଟ ରେଳପଥ

ବିଶ୍ୱ ପରିବେଶ ଦିବସ 2025କୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ 22ମେ ରୁ 5 ଜୁନ ପର୍ଯ୍ୟନ୍ତ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛି, ଯାହାଚଳିତ ବର୍ଷର ବିଷୟବସ୍ତୁ -“ପ୍ଲାଷ୍ଟିକ୍ ପ୍ରଦୂଷଣ ସମାପ୍ତ କରିବା” ସମ୍ବନ୍ଧରେ ଆଧାରିତ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରେଳ ଷ୍ଟେସନ, ଷ୍ଟେସନ ପରିସର ଏବଂଟ୍ରେନଗୁଡ଼ିକରେ ଏକ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ପ୍ରୋତ୍ସାହିତ କରିବା, ଯାହା ପରିବେଶଗତସ୍ଥିରତା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ରେଖାଙ୍କିତକରିବ ।

ଏହି ଅଭିଯାନ ଭାରତ ସରକାରଙ୍କ ମିଶନ ଲାଇଫ (ପରିବେଶ ପାଇଁଜୀବନଶୈଳୀ), ସ୍ଥାୟୀ ଜୀବନଶୈଳୀ ପ୍ରୋତ୍ସାହନ ଏବଂ ଏକକ-ବ୍ୟବହାର ପ୍ଲାଷ୍ଟିକ୍ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ଦୃଢ଼ ଭାବରେ ପ୍ରତିଧ୍ୱନିତ କରାଇବ । ପୂର୍ବତଟ ରେଳପଥର ପ୍ରୟାସ ଏହାର ସମସ୍ତ ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ରେଳ ମଣ୍ଡଳରେ ବିସ୍ତାରିତ, ସ୍ୱଚ୍ଛ ରେଳ ଇକୋସିଷ୍ଟମପାଇଁ ଏକ ଲୋକାଭିମୁଖୀ ଆନ୍ଦୋଳନରେ ଏହାର କର୍ମଚାରୀ, ଅଧିକାରୀ, ସେମାନଙ୍କ ପରିବାର ଏବଂ ଯାତ୍ରୀମାନଙ୍କୁ ସାମିଲ କରିଛି ।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସମସ୍ତ ରେଳକର୍ମଚାରୀଙ୍କୁ ଏକ ହୃଦୟସ୍ପର୍ଶୀ ନିବେଦନ କରି ପରିବେଶ ସଚେତନ ଜୀବନଯାପନରଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସେମାନଙ୍କ ଦୈନନ୍ଦିନ ଜୀବନରେ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବାକୁଅନୁରୋଧ କରିଛନ୍ତି । “ପରିବେଶ ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଭୂମିକା ରହିଛି । ଆସନ୍ତୁ ଆମେ ମିଳିତ ଭାବରେ ଏକ ସବୁଜ ରେଳପଥ ପାଇଁ କାର୍ଯ୍ୟ କରିବା” ବୋଲି ସେ କହିଛନ୍ତି ।

ଅଭିଯାନର ମୁଖ୍ୟ ଆକର୍ଷଣ:
• ପ୍ଲାଷ୍ଟିକ୍-ମୁକ୍ତ ଷ୍ଟେସନ ପରିସର: ପ୍ଲାଷ୍ଟିକ୍ ଅପବ୍ୟବହାରକୁ ହ୍ରାସ କରିବା, ପୁନଃବ୍ୟବହାର କରିବା ଏବଂ ପୁନଃଚକ୍ରଣ କରିବା ପାଇଁ ସଚେତନତା ଅଭିଯାନ, ବିଶେଷକରି ଷ୍ଟେସନ, ଟ୍ରେନ ଓ କାର୍ଯ୍ୟାଳୟ ମାନଙ୍କରୁ ନିର୍ଗମନ ପ୍ଲାଷ୍ଟିକ୍ ର ପୁନଃବ୍ୟବହାର ।

• 5 ଜୁନରେ ବୃକ୍ଷରୋପଣ: ଏକ ବଡ଼ ପରିମାଣର ସବୁଜ ଅଭିଯାନ ଆୟୋଜନକରାଯିବ ଯେଉଁଠାରେ କର୍ମଚାରୀ, ଅଧିକାରୀ ଏବଂ ବିଭାଗୀୟ ମୁଖ୍ୟମାନେ ସବୁଜଆବରଣ ବୃଦ୍ଧି କରିବା ଏବଂ ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରେଳପରିସରରେ ଚାରା ରୋପଣ କରିବେ ।

• ପିଲା ଏବଂ ପରିବାରର ଯୋଗଦାନ: ପିଲାମାନଙ୍କ ସହିତ ଜଡିତ ପରିବେଶ ଅନୁକୂଳକାର୍ଯ୍ୟକଳାପ ଯେପରିକି ଚାରା ଗଛ ଏବଂ ପୁନଃଚକ୍ରଣ ସାମଗ୍ରୀରୁ କଳା, ଯୁବପିଢ଼ିଙ୍କୁ ପରିବେଶଗତ ଦାୟିତ୍ୱ ପ୍ରଦାନ କରିବା ।

• ସଚେତନତା କାର୍ଯ୍ୟକଳାପ: ପ୍ଲାଷ୍ଟିକ୍ ଅପବ୍ୟବହାରର କ୍ଷତିକାରକ ପ୍ରଭାବ ଏବଂ ସବୁଜଅଭ୍ୟାସର ଲାଭ ଉପରେ ବ୍ୟାନର, ପ୍ଲାକାର୍ଡ, ପୋଷ୍ଟର ଏବଂ ସ୍ଲୋଗାନ ସବୁ ଷ୍ଟେସନରେ ପ୍ରଦର୍ଶିତ ହେଉଛି । କର୍ମଚାରୀମାନେ ଏହି ଅଭିଯାନକୁ ଚଲାଇବା ପାଇଁ ଜନସାଧାରଣଙ୍କସହିତ ଜଡିତ ହେଉଛନ୍ତି ।

• ପ୍ରତିଯୋଗିତା ଏବଂ ପ୍ରଚାର: ପରିବେଶ ସଂରକ୍ଷଣର ଗୁରୁତ୍ୱ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରବନ୍ଧ ଲେଖା, ପୋଷ୍ଟର ତିଆରି, ନୁକ୍କଡ ନାଟକ (ପଥପ୍ରାନ୍ତନାଟକ) ଏବଂ କୁଇଜ୍ ଆୟୋଜନ କରାଯାଉଛି ।

• ଦେଶବ୍ୟାପୀ ଅଂଶଗ୍ରହଣ: ଏହି ଅଭିଯାନ ଜାତୀୟ ପ୍ରୟାସ ସହିତ ସମନ୍ୱିତ, କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର, ନାଗରିକ ସମାଜ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସଫେଇ ଅଭିଯାନ, କର୍ମଶାଳା ଏବଂ ୱେବିନାର ମାଧ୍ୟମରେ ସାମିଲ କରାଯାଇଅଛି |

ଅଭିଯାନର କେନ୍ଦ୍ରବିନ୍ଦୁ କ୍ଷେତ୍ର:
• ପ୍ଲାଷ୍ଟିକ୍ ପ୍ରଦୂଷଣର ବିପଦ ବିଷୟରେ ସଚେତନତା ବୃଦ୍ଧି
• ପରିବେଶ ଅନୁକୂଳ ବିକଳ୍ପ ଏବଂ ସ୍ଥାୟୀ ସାମଗ୍ରୀକୁ ପ୍ରୋତ୍ସାହିତ କରିବା
• ଅଳିଆ ପୃଥକୀକରଣ, ସଂଗ୍ରହ, ନିଷ୍କାସନ ଏବଂ ପୁନଃଚକ୍ରଣକୁ ଉତ୍ସାହିତ କରିବା
• ସଚେତନତାରୁ ବ୍ୟକ୍ତିଗତ ଏବଂ ସାମୂହିକ କାର୍ଯ୍ୟକୁ ପରିବର୍ତ୍ତନ ପାଇଁ ସମର୍ଥନ
ପୂର୍ବତଟ ରେଳପଥ ପରିବେଶ ସୁରକ୍ଷା ପ୍ରତି ଏହାର ସମର୍ପଣକୁ ପୁନଃସଜାଗକରି ଏହାର କାର୍ଯ୍ୟଗୁଡ଼ିକୁ ବିଶ୍ୱ ଏବଂ ଜାତୀୟ ପ୍ରୟାସ ସହିତ ସମନ୍ୱିତ କରୁଛି । ସ୍ଥିରଏବଂ ଏକତାବଦ୍ଧ ଅଂଶଗ୍ରହଣ ମାଧ୍ୟମରେ, ପୂର୍ବତଟ ରେଳପଥ ଏକ ସ୍ୱଚ୍ଛ, ସବୁଜ ଏବଂସ୍ଥାୟୀ ଭବିଷ୍ୟତ ପାଇଁ ଗୋଟିଏ ପାଦ ଆଗକୁ ବଢ଼ାଇଛି ।