ଗଞ୍ଜାମ ଜିଲ୍ଲା ସୋରଡ଼ା ଟୋଲ ଗେଟ ନିକଟ ରୁ ଦିନ ଦୁଇ ପ୍ରହରରେ ସ୍କୁଟି ଗାଡ଼ିରେ ଗଞ୍ଜେଇ ଧରି ଯାଉଥିବା ବେଳେ ସୁଚନା ପାଇ ସୋରଡ଼ା ଅବକାରୀ ବିଭାଗ ଟୁଲ ଗେଟ ନିକଟରୁ ଦୁଇ ଜଣଙ୍କୁ ଗିରଫ କରିଛି ଗିରଫ ମାନେ ହେଲେ ପ୍ରଣୟ ନାୟକ, ଯୁବରାଜ ପ୍ରଧାନ ଦୁଇ ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ନେଇ ଯାଉଥିବା ସ୍କୁଟି ଗାଡିଟିକୁ ମଧ୍ୟ୍ୟ ଜବତ କରିଛି ସୋରଡ଼ା ଅବକାରୀ ବିଭାଗ । ଖାଲି ସେତିକି ନୁହଁ ଆଉ ଜଣେ ମଦ ମାଫିଆ ସିମାଞ୍ଚଳ ସେଠିଙ୍କୁ ମଧ୍ୟ୍ୟ ଦଶମାଇଲ ଛକରୁ ଗିରଫ କରିଛି ସୋରଡ଼ା ଅବକାରୀ ବିଭାଗ ।

ଆଜିର ଏହି ଚଢ଼ାଉରେ ସୋରଡ଼ା ଅବକାରୀ ଥାନା ଅଧିକାରିଣୀ ଦେବସ୍ମିତା ନାୟକଙ୍କ ସହ ଏ ଏସ ଆଇ ସୁରେନ୍ଦ୍ର ପଣ୍ଡା, ମିଥୁନ ବିଶ୍ୱାଳ, ଜୀବନ ଦାସ, ଜ୍ୟୋତିରଞ୍ଜନ ସ୍ୱାଇଁ, ସୁଜିତ ସାହୁ ଓ ଅନ୍ୟ ଷ୍ଟାପ୍ ମାନେ ଯୋଗ ଦେଇଥିଲେ, ସୋରଡ଼ା ଅବକାରୀ ତରଫରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ମାଫିଆ ମାନଙ୍କ ନିଦ ହଜିଯାଇଛି । କେତେବେଳେ ଗଞ୍ଜେଇ, ତ କେତେବେଳେ ବେ ଆଇନ ମଦ ଭାଟିରେ ଅବକାରୀ ବିଭାଗ ତରଫରୁ ଚଢ଼ାଉ ଜାରି ରହିଛି । ଅବକାରୀ ବିଭାଗ ର ଏହିଭଳି କାର୍ଯ୍ୟ କୁ ଦେଖି ମଦ ମାଫିଆ ଙ୍କ ମନରେ କୋକାୟ ଭୟ ଖେଳି ଗଲାଣି ।