୪ଫୁଟର ନାଗ ୪ବର୍ଷ ଶିଶୁର ଜୀବନ ନେଇଗଲା

ଭଦ୍ରକ: ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡା କାଦବରାଙ୍ଗ ପଞ୍ଚାୟତ ବନ୍ତଳା ଗ୍ରାମରେ । ବନ୍ତଳା ଗ୍ରାମର ପ୍ରଦୀପ ପ୍ରଧାନଙ୍କ ୪ବର୍ଷର ପୁଅ ଶିନୁ ପ୍ରଧାନ ମୃତ୍ୟୁ । ଶିନୁ ନିଜ ବାଡ଼ିରେ ଖେଳୁଥିବା ବେଳେ ନାଗ ସର୍ପଟି ଏକ ବେଙ୍ଗକୁ କାମୁଡି ଆସୁଥିଲା ଶିନୁ ସାମ୍ନାକୁ ଆସିଯିବା ଫଳରେ ନାଗ ଶିନୁ ଅଣ୍ଟାକୁ ଚୁଟ ମାରିଥିଲା, ସେଇଠୁ ଭଦ୍ରକ ମେଡିକାଲ ଆସୁ ଆସୁ ବାଟରେ ପ୍ରାଣ ଯାଇଥିଲା। ପରେ ପରେ ଜାଲ ରେ ଗାଁ ଲୋକେ ନାଗଟିକୁ କାବୁ କରି ବନ ବିଭାଗକୁ ଦେଇଥିଲେ ।