ଭାରତର ବୈଷୟିକ ବୟନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ବୈଷୟିକ ବୟନ କ୍ଷେତ୍ର କିପରି ଏକ ପରିବର୍ତ୍ତନମୂଳକ ପର୍ଯ୍ୟାୟ ଦେଇ ଗତି କରୁଛି ସେ ବିଷୟରେ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଏହା ଜାତୀୟ ବୈଷୟିକ ବୟନ ମିଶନ (ଏନ୍‌ଟିଟିଏମ୍‌) ଏବଂ ଉତ୍ପାଦନ ସଂଯୋଗିତ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଭଳି ପ୍ରମୁଖ ସରକାରୀ ପଦକ୍ଷେପ ଦ୍ୱାରା ପରିଚାଳିତ । ଏହି ପ୍ରୟାସଗୁଡିକ ଘରୋଇ ଉତ୍ପାଦନକୁ ଉଲ୍ଲେଖନୀୟ ଭାବରେ ବଢ଼ାଇବା ସହ ନବସୃଜନ ଓ ରପ୍ତାନିକୁ ପ୍ରୋତ୍ସାହିତ କରୁଛି ଏବଂ ଭାରତକୁ ବୈଷୟିକ ବୟନ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ସ୍ଥାନରେ ପହଞ୍ଚାଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି;

“ଭାରତର ବୈଷୟିକ ବୟନ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି, ଯାହା ଜାତୀୟ ବୈଷୟିକ ବୟନ ମିଶନ ଏବଂ ପିଏଲ୍‌ଆଇ ଯୋଜନା ଭଳି ପ୍ରମୁଖ ପଦକ୍ଷେପ ଦ୍ୱାରା ପରିଚାଳିତ । ଏହି ପ୍ରୟାସଗୁଡିକ ଉତ୍ପାଦନ, ନବସୃଜନ ଏବଂ ରପ୍ତାନିକୁ ପ୍ରୋତ୍ସାହିତ କରିବା ସହ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ କରାଉଛି ।