ଅମୃତଭଣ୍ଡା କେବଳ ଖାଇବାକୁ ସ୍ୱାଦିଷ୍ଟ ଲାଗେନାହିଁ । ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି । ଏହା ପାଚନ ତନ୍ତ୍ରକୁ ମଜବୁତ୍ ରଖିବା ସହ ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ । ପାଚିଲା ଅମୃତଭଣ୍ଡାକୁ ଆପଣ ଜୁସ୍ କରି ପିଇପାରିବେ କିମ୍ୱା କଞ୍ଚା ଅମୃତଭଣ୍ଡାରେ ତରକାରୀ କରି ମଧ୍ୟ ଖାଇପାରିବେ ।
ପ୍ରାଚୀନ କାଳରେ ଲୋକେ ଅମୃତଭଣ୍ଡାକୁ ଘରୋଇ ଉପଚାର ଭାବରେ ବ୍ୟବହାର କରୁଥିଲେ। ଭାରତ ବ୍ୟତୀତ ମାଲେସିଆ ଓ ଥାଇଲାଣ୍ଡରେ ପ୍ରଚୁର ମାତ୍ରାରେ ଭଣ୍ଡା ଚାଷ କରାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇଲେ ଶରୀରକୁ କେଉଁସବୁ ଫାଇଦା ମିଳିଥାଏ ।
ଅମୃତଭଣ୍ଡା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଅମୃତଭଣ୍ଡା ଖାଇଲେ ପେଟ ସଫା ରହିଥାଏ ଏବଂ ଆଖି ସୁସ୍ଥ ରହିଥାଏ ।
ଆହୁରି ମଧ୍ୟ ଅମୃତଭଣ୍ଡା ଶରୀରରେ ଜଳୀୟଅଂଶକୁ ଠିକ୍ ରଖିଥାଏ। ଏକ ରିପୋର୍ଟ ଅନୁସାରେ ୧୦୦ ଗ୍ରାମ ଅମୃତଭଣ୍ଡା ଖାଇଲେ ଆପଣଙ୍କ ଶରୀରକୁ ୪୩ ଗ୍ରାମ୍ କ୍ୟାଲୋରୀ ମିଳିଥାଏ ।
ଅମୃତଭଣ୍ଡାରେ ଫାଇବର୍, ପୋଟାସିୟମ୍, ଭିଟାମିନ୍ ରହିଛି । ଯାହାକୁ ଖାଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ହାର୍ଟରୋଗୀଙ୍କୁ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି ।