ଆଶ୍ଚର୍ଯ୍ୟ ନୁହେଁ ବିସ୍ମୟ: ୬୦ ବର୍ଷ ଧରି ଅକାମୀ ଉପଗ୍ରହ ପଠାଇଲା ସଂକେତ

ମହାକାଶର ମନକଥା ପଢ଼ିବାକୁ ଆମ ମହାକାଶ ବିଜ୍ଞାନୀମାନେ ଯାବତୀୟ ଚେଷ୍ଟା କରି ଫେଲ୍ ମାରୁଛନ୍ତି । କିନ୍ତୁ ମଣିଷର ମନକଥା ପଢ଼ି ଠିକଣା ସମୟରେ ଠିକଣା ଜବାବ ଦେବାକୁ ମାନବ ପ୍ରେରିତ ଉପଗ୍ରହ ଭୁଲି ଯାଇନି ।

ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ମହାକାଶକୁ ଛଡ଼ା ଯାଇଥିବା ଗୋଟିଏ ଉପଗ୍ରହ ଦୀର୍ଘ ୬୦ ବର୍ଷ ପରେ ପୃଥିବୀ ପୃଷ୍ଠକୁ ଶକ୍ତିଶାଳୀ ବେତାର ସଂକେତ ପଠାଇଛି । ଉପଗ୍ରହଟି ମହାକାଶରେ ପହଂଚିବାର ପ୍ରାୟ ଘଂଟାକ ଭିତରେ ‘ନାସା’ ସହିତ ସବୁ ସଂପର୍କ ତୁଟି ଯାଇଥିଲା । କେଉଁ ତ୍ରୁଟି କାରଣରୁ ଉପଗ୍ରହ ସହିତ ସଂପର୍କ ରକ୍ଷା କରାଯାଇ ପାରିଲାନି, ତାହା ଜାଣିବାକୁ ନାସା ବିଜ୍ଞାନୀମାନେ ସକ୍ଷମ ହୋଇ ପାରି ନଥିଲେ ।

ମାତ୍ର ଜୁନ ୧୩ ତାରିଖ ଦିନ ଅଲୋଡ଼ା ପ୍ରାୟ ଉପଗ୍ରହ ନିକଟରୁ ବେତାର ସଂକେତ ପାଇବା ପରେ ନାସା ବିଜ୍ଞାନୀ ମଣ୍ଡଳୀ ପକ୍ଷରୁ ସାନି ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଯାଇଛି ।

ନାସା ବିଜ୍ଞାନୀ କହିଛନ୍ତି, ମହାକାଶରେ ବହୁ ଅକାମୀ ଉପଗ୍ରହ ଭାସମାନ ଅବସ୍ଥାରେ ଘୁରି ବୁଲୁଛନ୍ତି । ସେମାନଙ୍କ ଭିତରୁ କେତୋଟି କୃତ୍ରିମ ଉପଗ୍ରହ ମହାଜାଗତିକ ଝଡ଼ର ସମ୍ମୁଖୀନ ହୋଇ ଅକାମୀ ହୋଇ ଯାଉଛନ୍ତି । ଆଉ କେତେକ ଅଲୋଡ଼ା ପ୍ରାୟ ମନେ ହେଉଥିବା କୃତ୍ରିମ ଉପଗ୍ରହ ପୃଥିବୀ ବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛନ୍ତି ।