ୟୁନିୟନ୍ ପବ୍ଲିକ ସର୍ଭିସ୍ କମିଶନ୍ (ୟୁପିଏସ୍ସି) ପରିଚାଳନାଧିନ ଆଇଏଏସ୍, ଆଇପିଏସ୍ ଓ ଆଇଆର୍ଏସ୍ ପରୀକ୍ଷାରେ ଜାଲିଆତି ଖବର ସାମ୍ନାକୁ ଆସିବା ପରେ ସରକାରୀ ସଂସ୍ଥାର ସ୍ୱଚ୍ଛତା ପ୍ରତି ଜାତୀୟ ସ୍ତରରେ ସନ୍ଦେହ ପ୍ରକାଶ କରାଯାଇଛି ।
ୟୁପିଏସ୍ସି ନିକଟରେ ଜାଲ ଜାତିଗତ ସାର୍ଟିଫିକେଟ୍ ଦାଖଲ କରି ଆଇଏଏସ୍, ଆଇପିଏସ୍ ଓ ଆଇଆର୍ଏସ୍ ପଦବୀ ହାତେଇ ନେଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଛି । ରିପୋର୍ଟ ଅନୁସାରେ ଗତ ୟୁପିଏସ୍ସି ପରୀକ୍ଷାରେ ସଫଳତା ଲାଭ କରିଥିବା ଆଇଏଏସ୍ ଆଇପିଏସ୍ ଓ ଆଇଆର୍ଏସ୍ ପଦବୀଧାରୀଙ୍କ ଭିତରୁ ପ୍ରାୟ ୪୦ ଜଣ ଜାଲ ଜାତିଗତ ସାର୍ଟିଫିକେଟ୍ ଧାରୀ ଅଛନ୍ତି । ଘଟଣାଟି ପ୍ରଘଟ ହୋଇଯିବା ପରେ ଛାନ୍ଭିନ୍ ଆରମ୍ଭ ହୋଇଛି ।