ପାକିସ୍ତାନର ଉତ୍ତର ପଶ୍ଚିମ ଭାଗରେ ଏକ ଭୟଙ୍କର ଆକ୍ରମଣ ଘଟିଛି । ଏଥିରେ ୧୩ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ସେହିପରି ୧୦ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ୱାଜିରିସ୍ତାନ ଜିଲ୍ଲାରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଏକ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରଣକାରୀ ବୋଝେଇ ଗାଡ଼ିକୁ ସୈନିକମାନେ ରହୁଥିବା ସ୍ଥାନକୁ ପଠାଇଥିଲା ।
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୧୩ ଯବାନ ମୃତ, ୨୦ରୁ ଅଧିକ ଲୋକ ଆହତ ଏହାପରେ ହୋଇଥିବା ଧମାକାରେ ୧୩ ଜଣ ସୈନିକଙ୍କର ମୃତ୍ୟୁ ଘଟିଛି । ୧୦ ସୈନ୍ୟକର୍ମୀ ଏବଂ ୧୯ ଜଣ ନାଗରିକ ଆହତ ହୋଇଛନ୍ତି । ବିସ୍ଫୋରଣରେ ଆଖ-ପାଖରେ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ଯୋଗୁଁ ଦୁଇଟି ଛାତ ଖସିପଡ଼ିଛି । ଏଥିରେ ୬ ଜଣ ଆହତ ହୋଇଯାଇଛନ୍ତି ।