ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଖଣ୍ଡିତ ଗ୍ରହ !

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଖଣ୍ଡିତ ଗ୍ରହ ! ମହାକାଶରେ ଘୁରି ବୁଲୁଛନ୍ତି ଅନେକ ଖଣ୍ଡିତ ଗ୍ରହ । ସେହି ଖଣ୍ଡିତ ଗ୍ରହ ଭିତରୁ ଗୋଟିଏ ଆମ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଆକାରରେ ପ୍ରାୟ ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଗୋଟିଏ କୋଠା । ୨୮୦ ଫୁଟ ଓସାର ବିଶିଷ୍ଟ ଗ୍ରହାଣୁ ପିଣ୍ଡଟି ଘଂଟାକୁ ୨୦ ହଜାର ମାଇଲ ବେଗରେ ମାଡ଼ି ଆସୁଛି । ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ‘ନାସା’ ଦେଇଥିବା ସୂଚନା ମୁତାବକ ଗ୍ରହାଣୁ ପିଣ୍ଡଟି ଜୁଲାଇ ୧୫ ତାରିଖ ସୁଦ୍ଧା ପୃଥିବୀର ଅତି ନିକଟକୁ ଆସିବ । ତେବେ ସେହି ଅତି ନିକଟଟା କେତେ? ମହାକାଶ ବିଜ୍ଞାନୀ କହିଛନ୍ତି, ପୃଥିବୀଠାରୁ ପ୍ରାୟ ୪୦ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଆସିବା ପରେ ଗ୍ରହାଣୁ ପିଣ୍ଡଟି ବାଟ ବଦଳାଇ ଚାଲିଯିବ । ଯଦି ନଯିବ, ତେବେ ପୃଥିବୀ ଆଡକୁ ମାଡ଼ି ଆସିବ ।
ବୈଜ୍ଞାନିକମାନେ ଉକ୍ତ ଖଣ୍ଡିତ ଗ୍ରହଟିର ନାମ ଦେଇଛନ୍ତି ୨୦୨୫ ଏମ୍‌ଏ୯୦ । ଯଦିଓ ଏ ପ୍ରକାର ଖଣ୍ଡିତ ଗ୍ରହ ପୃଥିବୀର କିଛି କ୍ଷତି କରନ୍ତି ନାହିଁ । ତେବେ ମହାକାଶରେ ପାଗଳ ପ୍ରାୟ ଘୁରି ବୁଲୁଥିବା ଖଣ୍ଡିତ ଗ୍ରହଗୁଡ଼ିକର ମତିଗତି ଉପରେ ଠିକ ଠିକଣା ନାହିଁ । ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅଧ୍ୟକ୍ଷ ସୋମନାଥ କହିଛନ୍ତି, ମହାକାଶରେ ଘୁରି ବୁଲୁଥିବା ଖଣ୍ଡିତ ଗ୍ରହ ପିଣ୍ଡଗୁଡ଼ିକ ସଂପର୍କରେ ଅଧ୍ୟୟନ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭାରତର ଇସ୍ରୋ ଆମେରିକା, ଜାପାନ ଭଳି ଦେଶଗୁଡ଼ିକରେ କାର୍ଯ୍ୟରତ ମହାକାଶ ଗବେଷଣା ସଂସ୍ଥା ସହିତ ନିୟମିତ ସଂପର୍କ ସ୍ଥାପନ କରୁଛି । ଉପାଦେୟ ତଥ୍ୟ ହାସଲ କରୁଛି । ଉପାଦେୟ ତଥ୍ୟ ପ୍ରଦାନ କରୁଛି । ନାସା ଉଦ୍ୟମ ଯଦି ସଫଳ ହୁଏ, ତେବେ ଆଗାମୀ ଦିନରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଖଣ୍ଡିତ ଗ୍ରହାଣୁ ପିଣ୍ଡ ଉପରେ ଆରାମରେ ଉପଗ୍ରହ ଅବତରଣ କରିପାରିବ ।